ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରୀୟ ନେତୃବୃନ୍ଦ
ସମାଜର ଦିଗଦର୍ଶକ ଥିଲେ ସ୍ୱର୍ଗତ ପ୍ରଧାନ
ଭୁବନେଶ୍ୱର, ୨୩/୦୩: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ସମେତ ଅନେକ ନେତୃବୃନ୍ଦମାନେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ପ୍ରାଚୀ ବାସଭବନ ଓ ତାଳଚେର ହାଣ୍ଡିଧୂଆଁ ସ୍ଥିତ ବାସଭବନରେ ପହଞ୍ଚି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶ୍ରୀ ପ୍ରଧାନ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହି ଅବସରରେ ସେମାନେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିତ୍ୱ, କୃତିତ୍ୱ ଏବଂ ତାଙ୍କ ସହ ଥିବା ସ୍ମୃତିକୁ ମନେପକାଇଛନ୍ତି ।
ଭଜନ ଲାଲ୍ ଶର୍ମା, ମୁଖ୍ୟମନ୍ତ୍ରୀ, ରାଜସ୍ଥାନ
କେନ୍ଦ୍ରୀମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କ ପୂଜ୍ୟ ପିତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ ଜୀଙ୍କ ବାସଭବନରେ ଆୟୋଜିତ ଶୋକ ସଭାରେ ଦିବଙ୍ଗତ ପୁଣ୍ୟାତ୍ମାକୁ ଶ୍ରଦ୍ଧାସୁମନ ଅର୍ପିତ କରି ଶ୍ରଦ୍ଧାଞ୍ଜଳି ଦେଲି । ଭଗବାନ ଜଗନ୍ନାଥ ପୁଣ୍ୟାତ୍ମାକୁ ତାଙ୍କର ପରମ ଧାମରେ ସ୍ଥାନ ପ୍ରଦାନ କରନ୍ତୁ, ଏହି ପ୍ରାର୍ଥନା ।
ରାଜସ୍ଥାନ ବାଚସ୍ପତି ବାସୁଦେବ ଦେବନାନୀ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତା ଡା. ଦେବେନ୍ଦ୍ର ପ୍ରଧାନଙ୍କ ସମ୍ପୂର୍ଣ୍ଣ ଜୀବନ ସମାଜ ସେବା ପାଇଁ ସମର୍ପିତ ଥିଲା। ରାଷ୍ଟ୍ର ସେବା ପାଇଁ ତାଙ୍କର ଯୋଗଦାନ ପ୍ରେରଣା ।
ପ୍ରେମ ଚାନ୍ଦ ବେରୱା, ଉପମୁଖ୍ୟମନ୍ତ୍ରୀ, ରାଜସ୍ଥାନ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଜୀଙ୍କ ତାଳଚେର ସ୍ଥିତ ବାସଭବନରେ ଆୟୋଜିତ ଏକ ଶୋକସଭାରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଭଗବାନ ଜଗନ୍ନାଥ ପୁଣ୍ୟ ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ।
କୈଳାସ ବିଜୟଭର୍ଗିଆ, ମନ୍ତ୍ରୀ, ମଧ୍ୟପ୍ରଦେଶ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା.ଦେବେନ୍ଦ୍ର ପ୍ରଧାନ ଜୀଙ୍କର ସମ୍ପୂର୍ଣ୍ଣ ଜୀବନ ସମାଜସେବା ପାଇଁ ସମର୍ପିତ ଥିଲା । ରାଷ୍ଟ୍ର ସେବା ପାଇଁ ତାଙ୍କ ଅବଦାନ ପ୍ରେରଣା ସ୍ରୋତ ହେବ । ତାଙ୍କର ପୁଣ୍ୟ ସ୍ମୃତି ଚିରକାଳ ଧରି ବଜାୟ ରହିବ ।
ମଙ୍ଗଲ ପାଣ୍ଡେ, ସ୍ୱାସ୍ଥ୍ୟ ଏବଂ ଆଇନ ମନ୍ତ୍ରୀ, ବିହାର
ଡା. ଦେବେନ୍ଦ୍ର ପ୍ରଧାନ ଥିଲେ ଜଣେ ମହାନ ବ୍ୟକ୍ତିତ୍ୱ । ଆଜୀବନ ରାଷ୍ଟ୍ରବାଦ ବିଚାରଧାରାକୁ ଆଗକୁ ବଢାଇବାର କାମ କରିଥିଲେ । ଦେଶ ମଧ୍ୟରେ ସାଂସ୍କୃତିକ ଚେତନାର ପ୍ରଚାର ପ୍ରସାର କରୁଥିଲେ । ଲମ୍ବା ସମୟ ଧରି କାର୍ଯ୍ୟକର୍ତ୍ତା ରହିବା ସହ ଓଡ଼ିଶା ସମେତ ଦେଶର ବିକାଶ ପାଇଁ ସର୍ବଦା କାମ କରୁଥିଲେ । ତାଙ୍କୁ ଶ୍ରଦ୍ଧାଞ୍ଜଳି ।
କୃଷ୍ଣ ପାଲ ପନଓ୍ୱାର, ପଞ୍ଚାୟତ ଓ ଉନ୍ନୟନ ମନ୍ତ୍ରୀ, ହରିୟାଣା
ଡା. ଦେବେନ୍ଦ୍ର ପ୍ରଧାନ ଜଣେ ସରଳ ହୃଦୟର ମଣିଷ ଥିଲେ । ତାଙ୍କର ସ୍ୱଭାବ ଥିଲା ନମ୍ର । ତାଙ୍କର ସୁପୁତ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପିତାଙ୍କ ସଂସ୍କାରରେ ଅନୁପ୍ରାଣିତ ହୋଇ ଯୁବ ସମାଜର ଗୁଣାତ୍ମକ ଶିକ୍ଷାକୁ ବଢାଇବା ପାଇଁ ପ୍ରୟାସରତ । ରାଜନୀତି କ୍ଷେତ୍ରରେ ଡା. ପ୍ରଧାନଙ୍କ ଯୋଗଦାନ ସ୍ମରଣୀୟ ହୋଇରହିବ ।
ହରିଶ ଦ୍ୱିବେଦୀ, ପୂର୍ବତନ ସାଂସଦ, ଉତ୍ତର ପ୍ରଦେଶ
ଡା ଦେବେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଜେପିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । କେନ୍ଦ୍ରମନ୍ତ୍ରୀ ଭାବେ ସେ ଅନେକ ବିକାଶମୂଳକ କାମ କରିଛନ୍ତି । ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଭଗବାନ ତାଙ୍କୁ ସ୍ୱର୍ଗରେ ସ୍ଥାନ ଦିଅନ୍ତୁ, ଏହା ମୋର ପ୍ରାର୍ଥନା ।
ରିତେଶ ପାଣ୍ଡେ, ପୂର୍ବତନ ସାଂସଦ, ଆମ୍ବେଦକର ନଗର
ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଅପୁରଣୀୟ କ୍ଷତି । ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ପଦବୀରେ ରହି ଓଡ଼ିଶା ସମେତ ଭାରତବର୍ଷର ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ।
ଓମପ୍ରକାଶ ହୁଡଲା, ପୂର୍ବତନ ବିଧାୟକ, ରାଜସ୍ଥାନ
ଡା. ଦେବେନ୍ଦ୍ର ପ୍ରଧାନ ସନ୍ଥର ସ୍ୱରୂପ । ସେ ସମାଜର ନୂଆ ଦିଗଦର୍ଶନ ଦେଇଥିଲେ । ତାଙ୍କ ଠାରୁ ଆମେ ପ୍ରେରଣା ନେଇ ଜୀବନରେ ଆଗକୁ ବଢିବା ଦରକାର । ଇଶ୍ୱର ତାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ।
ଭାରତୀୟ ମଜଦୁର୍ ସଂଘ ଅଲ୍ ଇଣ୍ଡିଆ ସେକ୍ରେଟାରୀ ରାମନାଥ ଗଣେଶ, ଅଲ ଇଣ୍ଡିଆ କମିଟି ମେମ୍ବର ଭି.ରାଧା କ୍ରୀଷ୍ଣନ ଓ କ୍ରାନ୍ତୀୟ ଅଧିକାରୀ ଶ୍ରୀବାସ ଖୁଣ୍ଟିଆ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେମାନେ କହିଛନ୍ତି ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି । ଭାରତୀୟ ମଜଦୁର ସଂଘ ପକ୍ଷରୁ ତାଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛୁ ।