ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ ନିରଞ୍ଜନ!

ପୁଅ ରାସ୍ତାକୁ କରିବେ ଆହୁରି ସଶକ୍ତ

ଭୁବନେଶ୍ୱର, ୨୩/୦୩: ସକ୍ରିୟ ରାଜନୀତିରୁ ବିଦାୟ ନେବେ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ନିଜେ ରାଜନୀତିରୁ ଅବସର ନେଇ ପୁଅ ପାଇଁ ବାଟ ଛାଡ଼ିବେ ବୋଲି ଇଙ୍ଗିତ କରିଛନ୍ତି। କେନ୍ଦୁଝରରେ କର୍ମୀ ସମ୍ମିଳନୀରେ ଯୋଗ ଦେଇ ନିରଞ୍ଜନ କହିଛନ୍ତି।

ସେ କହିଛନ୍ତି, ରାଜନୀତିରୁ ବିଦାୟ ନେବାର ସମୟ ଆସିଛି। ବୟସ ହୋଇଗଲାଣି, ପୁଅକୁ ରାସ୍ତା ଛାଡ଼ିବି। ବାପା ପୁଅ ଗୋଟିଏ ମଞ୍ଚରେ ବସିବା ଠିକ୍ ଲାଗିବ ନାହିଁ। ଏହାକୁ ଆମ ପରମ୍ପରା ଗ୍ରହଣ କରେନି ବୋଲି କହିଛନ୍ତି ନିରଞ୍ଜନ। ଏହି ସମ୍ମିଳନୀରେ ନିରଞ୍ଜନଙ୍କ ସହ ପୁଅ ନବଜ୍ୟୋତି ପଟ୍ଟନାୟକ। ସେପଟେ ନିରଞ୍ଜନଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଆମେ ଘରର ମୁଖିଆଙ୍କୁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି।