କେନ୍ଦୁଝର: ପ୍ରୋଭିଡେଣ୍ଟ ଫଣ୍ଡ ଖିଲାପକାରୀଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଅର୍ଡର

ବକେୟା ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ

କେନ୍ଦୁଝର, ୨୫/୦୩: କେନ୍ଦୁଝରର ସହାୟକ ଆୟୁକ୍ତ ତଥା ରିକଭରି ଅଫିସର ଶ୍ରୀଯୁକ୍ତ ସନତ କୁମାର ପଟ୍ଟନାୟକ ସଙ୍ଗଠନର ବକେୟା ଅସୁଲ କରିବା ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଅନ୍ତର୍ଗତ ସମସ୍ତ ଖିଲାପକାରୀଙ୍କ ନାମରେ ୱାରେଣ୍ଟ ଅଫ ଆରେଷ୍ଟ ଅର୍ଡର କେନ୍ଦୁଝର ଓ ମୟୁରଭଞ୍ଜ ଏସପି ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଦେବାଶିଷ ଖିଲାର ନାମକ ଏକ ସଂସ୍ଥା ବକେୟା ବାବଦକୁ ଥିବା ₹୪୦୪୮୯.୦୦ ଦେଇ ନ ପାରିବାରୁ ଚମ୍ପୁଆ ପୋଲିସ ଉକ୍ତ ସଂସ୍ଥାର ମାଲିକ ଶ୍ରୀ ଦେବାଶିଷ ଖିଲାରଙ୍କୁ ୨୪ ତାରିଖ ଦିନ ଆରେଷ୍ଟ କରି ପୋଲିସ୍ ହେପାଜତରେ ରଖିଛି।

ତେଣୁ ଏତଦ୍ ଦ୍ଵାରା ସଙ୍ଗଠନର ସହାୟକ ଆୟୁକ୍ତ ତଥା ରିକଭରି ଅଫିସର କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ପ୍ରୋଭିଡେଣ୍ଟ ଫଣ୍ଡ ବକେୟା ଖିଲାପକାରୀଙ୍କୁ ଜଣାଇ ଅଛନ୍ତି ଯେ ସେମାନେ ଯଥା ଶୀଘ୍ର ସେମାନଙ୍କର ବକେୟା ଟଙ୍କାକୁ ପୈଠ କରନ୍ତୁ ନଚେତ କର୍ମଚାରୀ ଭବିଷ୍ୟନିଧି ଆଇନ ୧୯୫୨ ଅନୁଯାୟୀ ପରବର୍ତ୍ତୀ ରିକଭରୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।