ମାଓ ଦମନ ଅଭିଯାନରେ ସୁରକ୍ଷାକର୍ମୀ

ଏନକାଉଣ୍ଟରରେ ପୁଣି ୩ ନକ୍ସଲ ସଫା

ମାଲକାନଗିରି, ୨୫/୦୩: ମାଓ ଦମନ ଅଭିଯାନରେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୩ ନକ୍ସଲ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଓ ବିଜାପୁର ସୀମାନ୍ତରେ ଆଜି ସକାଳ ୮ଟାରେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୩ ଜଣ ନକ୍ସଲଙ୍କ ମୃତଦେହ ମିଳିଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ, ଆଜିକୁ ମିଶାଇ ଚଳିତ ବର୍ଷ ଏନକାଉଣ୍ଟରରେ ନିହତ ମାଓବାଦୀଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ମାର୍ଚ୍ଚ ୨୦ତାରିଖରେ ବିଜାପୁର ଓ କାଙ୍କେରରେ ଦୁଇଟି ଏନକାଉଣ୍ଟରରେ ମୋଟ ୩୦ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ।