ଭୁବନେଶ୍ୱର, ୨୫/୦୩: ରାଜ୍ୟରେ ବିଧାୟକମାନଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଦାବି କରିଛନ୍ତି ବିଧାୟକଗଣ। ବିଜେଡ଼ି, ବିଜେପି ଓ କଂଗ୍ରେସ ବିଧାୟକମାନେ ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି। ବିଜେଡ଼ି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଯେଉଁମାନେ ବିଧାୟକ ପଦରୁ ଅବସର ନେଇ ଯାଇଛନ୍ତି ସେମାନେ ଦୁର୍ଦ୍ଦିନ ସମୟ ଦେଇ ଗତି କରୁଛନ୍ତି। ସେମାନଙ୍କ ପାଇଁ ପେନସନ ନିହାତି ବଢିବା ଦରକାର। ଏ ନେଇ ସରକାରଙ୍କ ସହିତ ଆଲୋଚନା ହୋଇସାରିଛି ଏବଂ ଏକ କମିଟି ଗଠନ କରି ରିପୋର୍ଟ ନେଇଛନ୍ତି।
ସେହିପରି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ସବୁ ବିଧାୟକମାନଙ୍କର ଦରମା ବଢୁ ବୋଲି ଦାବି ଅଛି। ଅବସର ବିଧାୟକଙ୍କ ପେନସନ ମଧ୍ୟ ବଢାଯାଉ। ପ୍ରାୟ ବିଧାୟକଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ। ତେଣୁ ପେନସନ ସହ ମଧ୍ୟ ବୃଦ୍ଧି କରିବା ଉଚିତ୍।
ସେହିପରି କଂଗ୍ରେସ ବିଧାୟକ ସାଂସଦମାନଙ୍କ ଦରମା ବଢ଼ିଛି ମାନେ ବିଧାୟକଙ୍କ ଦରମା ମଧ୍ୟ ବଢିବା ଦରକାର ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ସାଂସଦଙ୍କ ମାସିକ ଦରମା ବୃଦ୍ଧି ପାଇଁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ସାଂସଦଙ୍କ ଦରମା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି। ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।