ସ୍ୱର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଲେ ଶତାଧିକ ଚାଷୀନେତା
ଭୁବନେଶ୍ୱର, ୨୫/୦୩: ଓଡିଶା ବିଜେପିର ବରିଷ୍ଠ ନେତା ପିତାମହ ତଥା ପୂର୍ବତନ ରାଜ୍ଯ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଶ୍ରଦ୍ଧାଞ୍ଜଳି ସଭା ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଭୂବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟ ବୁଲନ୍ ନନା ସେବା ଭବନରେ ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଓଡିଶାରେ ବିଜେପି ସଂଗଠନ ମଜବୁତ ହେବା ସହିତ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବିଜେପି ସଂଗଠନ ଶକ୍ତିଶାଳୀ ହେଇପାରିଛି। ଆଗରୁ ଓଡିଶାରେ ମାତ୍ର ଜାତୀୟ ରାଜପଥ କଲିକତାଠାରୁ ଚେନ୍ନାଇ ଓ କଲିକତାଠାରୁ ମୁମ୍ବାଇ ଦୁଇଟି ଥିଲା। କିନ୍ତୁ କେନ୍ଦ୍ରରେ ଅଟଳଜୀ ସରକାର ଆସିବା ପରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ରୂପେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଦାୟିତ୍ଵ ଗ୍ରହଣ କରିବା ପରେ ଓଡିଶାରେ ସମସ୍ତ ଜିଲ୍ଲାରେ ଜାତୀୟ ରାଜପଥର ବିସ୍ତାର ହେଇଥିଲା। କୃଷି ମନ୍ତ୍ରୀ ରୂପେ ମଧ୍ୟ ଓଡିଶାରେ କୃଷିର ଭିତ୍ତିଭୂମିର ବ୍ୟାପକ ବିକାଶ କରିଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଶ୍ରୀ ସର୍ଜନ ଶର୍ମା, ଶୁଭ୍ରାଂଶୁ ଶେଖର ପାଢୀ, ରାଜ୍ୟ ଉପସଭାପତି ଶ୍ରୀ ହୃଷୀକେଶ ଜେନା ଓ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସଂପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଡକ୍ଟର ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, କୈଳାସ ବାରିକ, ଅଶୋକ କୁମାର ପୃଷ୍ଟି, ଲକ୍ଷ୍ମୀନାରାୟଣ ତ୍ରିପାଠୀ, ଚନ୍ଦ୍ର ପଣ୍ଡା, ସୁମନ୍ତ ମହାରଣା, କୃଷ୍ଣ ଚନ୍ଦ୍ର ପଣ୍ଡା, ସୁବୋଧ ପଣ୍ଡା, ଶଙ୍କର୍ଷଣ ଜେନା, ଶ୍ରୀଧର ସାହୁ, ଭାଗିରଥି ସିଂ, ଗଜେନ୍ଦ୍ର ଚୌଧୁରୀ, ସୁନୀଲ ମହାନ୍ତି, ସନ୍ତୋଷ କୁମାର ବିଶ୍ଵାଳ, ସୁରଥ ସେଠୀ, ଶ୍ରୀଧର ପ୍ରଧାନ, ଶିବରାଜ ବେହେରା, ତପନ କୁମାର ବେହେରା, ସଂଜୀବ ରଣା, ଉତ୍କଳ ମନ୍ତ୍ରୀ, ଅଜୟ କୁମାର ସ୍ୱାଇଁ, ଅଜୟ କୁମାର ସାମନ୍ତରାୟ, ଅଜୟ କୁମାର ପ୍ରଧାନ, ପାଣ୍ଡବ ଧଳ, ବିମଳ କୁମାର ସେନାପତି, ରଞ୍ଜନ ମହାନ୍ତ, ଜିତେନ୍ଦ୍ର ବିଶ୍ଵାଳ, ବସନ୍ତ କୁମାର ନାୟକ, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ପ୍ରଧାନ, ରେଙ୍ଗୁଟୁ ପ୍ରଧାନ, ଜୟ ଲକ୍ଷ୍ମୀ ମହାନ୍ତି, ମାନିନୀ ଷଡଙ୍ଗୀ, ମୀମାଂସା ମିଶ୍ର ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।