ବରଗଡ଼, ୨୫/୦୩: ଲାଞ୍ଚ ନେବା ବେଳେ ଧରାପଡିଲେ ଗ୍ରାମପଞ୍ଚାୟତ ପିଇଓ ଓ ତାଙ୍କ ସ୍ୱାମୀ। ବରଗଡ଼ ଜିଲ୍ଲା ଜ୍ଞାନ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନୁପୁର ସେଠ ଓ ତାଙ୍କ ସ୍ୱାମୀ ବେଦ ପ୍ରକାଶ ବିଶ୍ୱାଳ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।
ପିଏମଏୱାଇ ଯୋଜନାରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ବୁଝାସୁଝା ପରେ ୫ ହଜାର ନେବାକୁ ରାଜି ହୋଇଥିଲେ ପିଇଓ। ତେବେ ଅନ୍ୟ କୌଣସି ଉପାୟ ନ ପାଇ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ମୁତାବକ ପିଇଓ ଓ ତାଙ୍କ ସ୍ୱାମୀ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା। ଅଭିଯୁକ୍ତଙ୍କଠାରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।