ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ବେରେଜ ପ୍ରକଳ୍ପ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ବାବୁ ସିଂ
ମହାବୀର ନଗର,ବିଜୟ ବିହାର, ନୂଆଗାଁ,ନାଥପୁର, ଲିଙ୍ଗିପୁର, ଇନ୍ଦିରା କଲୋନୀ, ମୃତ୍ୟୁଞ୍ଜୟ ବିହାର, ମାରୁତି ନଗର, ଦିବ୍ୟବିହାର ଅଞ୍ଚଳରେ ସ୍ବେରେଜ ପ୍ରକଳ୍ପ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ।
ନିର୍ବାଚନୀ ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେଇ କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର, ୨୫/୦୩:ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ବିଜୟୀ ହେବା ପରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ଏକାମ୍ର ର ଭିତିଭୁମିକୁ ସୁଦୃଢ କରିବା ପାଇଁ ସମସ୍ତ ବାଧାବିଘ୍ନ ଦୂର କରାଯିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ କରାଯିବ । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଶିଶୁପାଳ ଗଡ଼ ଓ ଲିଙ୍ଗିପୁର ପଞ୍ଚାୟତ ଅଞ୍ଚଳର ମହାବୀର ନଗର,ବିଜୟ ବିହାର, ନୂଆଗାଁ,ନାଥପୁର, ଲିଙ୍ଗିପୁର ,ଇନ୍ଦିରା କଲୋନୀ,ମୃତ୍ୟୁଞ୍ଜୟ ବିହାର,ମାରୁତି ନଗର,ଦିବ୍ୟ ବିହାର କଲୋନୀ ଅଞ୍ଚଳରେ ସ୍ବେରେଜ ପ୍ରକଳ୍ପ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ ବିଧାୟକ ବାବୁ ସିଂ। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ,ସ୍ଥାନୀୟ ଜନସାଧାରଣ ଙ୍କ ଅଭିଯୋଗ ଥିଲା ସ୍ୱରେଜ ଓ ଡ୍ରେନେଜ ବ୍ୟବସ୍ଥା ନଥିବା କାରଣରୁ ରାସ୍ତା ରେ ମଇଳା ଆବର୍ଜନା ଭାସୁଥିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଏହି ଅଞ୍ଚଳ ଗୁଡିକରେ ସ୍ୱରେଜ୍ ବ୍ୟବସ୍ଥା ହେବା ଦ୍ଵାରା ଜନସାଧାରଣ ଏସବୁ ଅସୁବିଧାରୁ ରକ୍ଷା ପାଇବେ ତେଣୁ ଏହି ନିର୍ମାଣ ଖୁବ୍ ଜଲ୍ଦୀ ସରିବ। ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ।ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଅତୀତର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ବାଧାପ୍ରାପ୍ତ ହେଉଥିଲା। ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ବ୍ଲକ୍ ଅଧକ୍ଷା ନିରୁପମା ସାହୁ,ସରପଞ୍ଚ ରଶ୍ମିରଂଜନ ଶ୍ରୀଚନ୍ଦନ,ସମିତି ସଭ୍ୟ ବିନୋଦ ରାଉତରାୟ,ମଣ୍ଡଳ ସଭାପତି ସୁରୀୟକନ୍ତ,ସ୍ଥାନୀୟ ନେତୃତ୍ଵ ରବି ପାତ୍ର, କୃଷ୍ଣ ଚନ୍ଦ୍ର ନାୟକ, ସୁରେନ୍ ବରାଳ,ଅରୁଣ ପୁରୋହିତ, ଆଲୋକ ସାହୁ,ଚିରଞ୍ଜିବ ଗୋଚ୍ଛାୟତ, ବିଭୂତି ଭୂଷଣ ପ୍ରଧାନ, ଅଜୟ ସ୍ବାଇଁ, ସୁଶିଲ ଛୁଆଳସିଂ, ପ୍ରମୋଦ ସ୍ବାଇଁ ସନ୍ତୋଷ ବେହେରା,ଶୁଭଶ୍ରୀ ଚଂପତି, ଜ୍ଵତ୍ରୀମଇ ବେହେରା, ଲକ୍ଷ୍ମୀ ଅପା ପ୍ରମୁଖ ଉପସ୍ଥିତ ଥିଲେ।