ଆସୁଛି ଗଣେଶ ପୂଜା, ଅଢେ଼ଇ ବର୍ଷ ପରେ ପୁଣି ଦୁଲୁକିବ ମେଲୋଡି ମଞ୍ଚ

କଟକ: ଦୀର୍ଘ ଅଢେ଼ଇ ବର୍ଷ ପରେ ପୁଣି ଦୁଲୁକିବ ମେଲୋଡି ମଂଚ । ଜମିବ ରଂଗାରଂଗ କାର୍ଯ୍ୟକ୍ରମ । ପାର୍ବଣ ଋତୁ ପାଖେଇ ଆସୁଥିବାରୁ ବେଶ ଉତ୍ସାହିତ ମେଲୋଡି ମାଲିକ । କରୋନା ପାଇଁ ଦୀର୍ଘ ଦିନରୁ କାମ ପୁରା ବନ୍ଦ ଥିଲା। ହେଲେ ଏବେ କଟକଣା ହଟିଥିବାରୁ ଫୁଲ ଦମରେ ଅଭ୍ୟାସ ଚଳାଇଛନ୍ତି ମେଲୋଡି ପାର୍ଟି । ଦିନରାତି ଏକ କରି ରିହର୍ସଲରେ ଲାଗି ପଡିଛନ୍ତି କଳାକାର ।

ଗଣେଶ ପୂଜା ପାଇଁ ବିଭିନ୍ନ ସଂଗଠନ ଓ ପୂଜା କମିଟି ବୁକିଂ କରିସାରିଛନ୍ତି। ଏହା ପରକୁ ବିଶ୍ବକର୍ମା ପୂଜା, ଦୁର୍ଗାପୂଜା, କାଳୀପୂଜା ଥିବାରୁ ଏବେଠୁ କଳାକାରମାନେ ପ୍ରାକ୍ଟିସ୍ ଚଳାଇଛନ୍ତି। କରୋନା ମହାମାରୀ ପାଇଁ ହାତ ବାନ୍ଧି ବସିଥିଲେ ବିଭିନ୍ନ କଳାକାର। କଟକଣା ହଟିବା ପରେ ପୁଣି ମେଲୋଡି ମଂଚ ଫର୍ମକୁ ଆସିବ ଏବଂ ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ମେଲୋଡି ମାଲିକ।