କାହିଁକି ମାଟିରେ ମିଶାଗଲା ଟ୍ୱିନ ଟାୱାର ?

ନୂଆଦିଲ୍ଲୀ: ନୋଏଡାର ସେକ୍ଟର ୯୩ଏରେ ରବିବାର ଆକାଶ ଛୁଆଁ ଦୁଇ ବିଲ୍ଡିଂ ମାଟିରେ ମିଶି ଯାଇଛି । ଟ୍ୱିନ ଟାୱାର ଉପରେ ସାରା ଦେଶର ନଜର ଥିଲା। ଏକ ବିସ୍ଫୋରଣ ସହ କୁତୁବ ମୀନାର ଉଚ୍ଚ ଟାୱାର ମାତ୍ର କିଛି ସେକେଣ୍ଡରେ ମାଟିରେ ମିଶିଗଲା । ତେବେ ଶହ ଶହ କୋଟି ନିର୍ମାଣ ହୋଇଥିବା ଏହି ଟ୍ୱିନ ଟାୱାରକୁ କାହିଁକି ଧ୍ୱଂସ କରାଗଲା ? କଣ ଏମିତି ଭୁଲ ଥିଲା ? ଆସନ୍ତୁ ଜାଣିବା ସବୁ କିଛି।

ରବିବାର ଅପରାହ୍ମ ଅଢେଇଟା ସମୟରେ ଯେତେବେଳେ ଟ୍ୱିନ ଟାୱାରରେ ବିସ୍ଫୋରଣ ହେଲା ତାହା ସେହି ଶହ ଶହ ଫ୍ଲାଟ କିଣାଳିଙ୍କ ବିଜୟର ଧ୍ୱନି ଥିଲା। ଯେଉଁମାନେ ଚାନ୍ଦା ଏକାଠି କରି ଆଇନଗତ ଲଢେଇ ଲଢିଥିଲେ ଏବଂ ଭଷ୍ଟ୍ରାଚାର ମୂଳଦୁଆରେ ଠିଆ ହୋଇଥିବା ଆକାଶଛୁଆଁ ବିଲ୍ଡିଂଙ୍କୁ ମାଟିରେ ମିଶାଇଲେ ଏହା ସେମାନଙ୍କର ବିଜୟ । ଟ୍ୱିନ ଟାୱାର ନିର୍ମାଣରେ ସୁପରଟେକ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ଏବଂ ୮୦୦ କୋଟି ଟଙ୍କାର ଆମଦାନୀର ଆଶା ରଖିଥିଲା।