ଭୁବନେଶ୍ୱର ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ବିଧାୟକ ବାବୁ ସିଂ
ଭୁବନେଶ୍ୱର ପଞ୍ଚାୟତ ସମିତିର ୨୦ ଗୋଟି ପଞ୍ଚାୟତର ୭୩ଟି ହିତାଧିକାରୀଙ୍କୁ ପକ୍କାଘର ବଣ୍ଟନ
ପ୍ରତିଶ୍ରୁତି ପୂରଣ ହେଉଛି, ଲୋକଙ୍କ ସରକାରରେ ଲୋକଙ୍କ ସ୍ବପ୍ନ ସାକାର ହେଉଛି: ବାବୁ ସିଂ
ଭୁବନେଶ୍ୱର,୩୦/୦୩: ଆଜି ଭୁବନେଶ୍ୱର ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ବିଧାୟକ ବାବୁ ସିଂ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ପଞ୍ଚାୟତ ସମିତିର ଅଧକ୍ଷା ନିରୁପମା ସାହୁ, ପଞ୍ଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ପଞ୍ଚାୟତ ସମିତିର ଉପାଧକ୍ଷ ଅଜିତ ଶ୍ରୀଚନ୍ଦନ, ୨୦ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ, ପ୍ରତିଶ୍ରୁତି ପୂରଣ ହେଉଛି। ଲୋକଙ୍କ ସରକାରରେ ଲୋକଙ୍କ ସ୍ବପ୍ନ ସାକାର ହେଉଛି। ସମାଜର ଦୁର୍ବଳ ତଥା ଅସହାୟ ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ପ୍ରାଥମିକତା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାରରୁ ଉର୍ଦ୍ଧ ଲୋକଙ୍କୁ ଯୋଜନା ସହ ଯୋଡ଼ାଯାଇଛି। ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ପଞ୍ଚାୟତ ସମିତିର ୨୦ ଗୋଟି ପଞ୍ଚାୟତର ୭୩ଟି ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ପକ୍କାଘର ବଣ୍ଟନ କରାଗଲା। ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ। ଓଡ଼ିଶାରେ ମୋହନ ସରକାର ବଜେଟ୍ରେ ରାଜ୍ୟ ଗରିବଙ୍କ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖାଯାଇଛି। ମୋହନ ସରକାର ବଜେଟ୍ରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭୭୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ପକ୍କା ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା’ ରାଜ୍ୟ ସରକାରଙ୍କ ଏକ ମହତ୍ବ ଯୋଜନା ରହିଛି। ଏହା ଅଧିନରେ ଆସନ୍ତା ୩ ବର୍ଷରେ ଅତି କମ୍ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ। ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବଜେଟ୍ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି। ସମସ୍ତଙ୍କ ପକ୍କାଘରର ସ୍ୱପ୍ନ ହେଉଛି ପୂରଣ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିରାଶ୍ରୟଙ୍କ ମୁଣ୍ଡକୁ ଛାତ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ସିଂ କହିଛନ୍ତି।