ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ଵର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ନେଇ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧ ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବ ବୋଲି ଘୋଷଣା କରାଯାଇଛି। ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାର ଘୋଷଣା କରିଛନ୍ତି। ସୋମବାର ଏନେଇ ରାଜସ୍ଵ ଏବଂ ବିପର୍ଯ୍ୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବଲପୁରରେ ଥିବା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ସେପ୍ଟେମ୍ୱର ମାସ ୧ ତାରିଖରେ ପୂର୍ବାହ୍ଣ ୧୦:୫୬ରୁ ୧୧ ଟା ମଧ୍ୟରେ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ। ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ପ୍ରଥମେ ବିଦ୍ବାନ,ପଣ୍ଡିତ ପହଞ୍ଚିଲା ପରେ ବିଷ୍ଣୁ ସହଶ୍ର ନାମ ପାଠ କରିଛନ୍ତି।