ଭୁବନେଶ୍ୱର, ୦୨/୦୪: ଏପ୍ରିଲ ୨ରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଶିଶୁ ବାଟିକା। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ବଡଗଡ ହାଇସ୍କୁଲରେ ରାଜ୍ୟସ୍ତରୀୟ ଖଡ଼ି ଛୁଆଁ ଉତ୍ସବ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ କରାଯାଇଛି। ସ୍କୁଲରେ ପହଞ୍ଚି ପିଲାମାନଙ୍କୁ ଖଡ଼ି ଛୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହିତ ପିଲାମାନଙ୍କ ସହିତ କିଛି ସମୟ ଆଲୋଚନା କରିବା ସହ ଚକୋଲେଟ ବାଣ୍ଟିଥିଲେ। ଏହା ପରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ସହ ମିଶି ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ପରସି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ରହିଥିଲେ। ପିଲାଙ୍କୁ ଆଧୁନିକ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
Prev Post
Next Post