ପାକ ସେନାର‌ ଅନୁପ୍ରବେଶ ଉଦ୍ୟମ‌ ପଣ୍ଡ

ଭାରତୀୟ ସେନା ଗୁଳିରେ ୪-୫ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ, ୦୨/୦୪: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିଛି ପାକ୍ ସେନା। ଜାମ୍ମୁ-କାଶ୍ମୀର ର ପୁଞ୍ଚ ଜିଲ୍ଲାରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି। ଏହାର କଡ଼ା ଜବାବ ଦେଇ ଭାରତ ମଧ୍ୟ ଅନୁପ୍ରବେଶକାରୀଙ୍କ ଉପରକୁ ଗୁଳି ଚାଳନା କରିଛି ଭାରତୀୟ ସେନା। ଏଥିରେ ୪-୫ ଜଣ ପାକ୍ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି। ପୁଞ୍ଚ ଜିଲ୍ଲାର କୃଷ୍ଣା ଘାଟିରେ ଅନୁପ୍ରବେଶ ଉଦ୍ୟମକୁ ସଫଳତାର ସହ ପଣ୍ଡ କରିଛି ଭାରତୀୟ ସେନା। ତେବେ ଏଥିରେ ପାକିସ୍ତାନ ପକ୍ଷରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ହେଲେ, ଭାରତୀୟ ସେନା ପକ୍ଷରୁ କୋୖଣସି କ୍ଷୟକ୍ଷତି ହୋଇନାହିଁ।

ଏପ୍ରିଲ ୧ରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ ସେନା ଅନୁପ୍ରବେଶ କରିବା କାରଣରୁ କ୍ରିଷ୍ଣା ଘାଟି ସେକ୍ଟରରେ ଏକ ମାଇନ ବିସ୍ଫୋରଣ ହୋଇଥିଲା। ଏହାପରେ ପାକିସ୍ତାନ ସେନା ପକ୍ଷରୁ ଗୁଳିଚାଳନା ଓ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଭାରତୀୟ ସୈନ୍ୟମାନେ ପ୍ରଭାବଶାଳୀ ଜବାବ ଦେଇ ଗୁଳି ଚାଳନା କରିଥିଲେ ବୋଲି ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ମାସରେ କ୍ରିଷ୍ଣା ଘାଟି ସେକ୍ଟରରେ ମଧ୍ୟ ସମାନ ଗୁଳିବିନିମୟ ଘଟଣା ଘଟିଥିଲା।