ସରକାରୀ ଟଙ୍କା ହଡ଼ପ ଅଭିଯୋଗ

ସମବାୟ ସମିତି ସମ୍ପାଦକ ଗିରଫ

ବାଲେଶ୍ଵର, ୦୨/୦୪: ବାଲେଶ୍ୱର ଦୁର୍ଗାଦେବୀ ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଗିରିଶ ଚନ୍ଦ୍ର ବେହେରାଙ୍କୁ ସରକାରୀ ପାଣ୍ଠି ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଶ୍ରୀ ବେହେରା ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୩୮ ଜଣ ଚାଷୀଙ୍କ ପାଇଁ ଥିବା ୫ ଲକ୍ଷ ୮୦ ହଜାର ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ରହିଥିଲା। ଚାଷୀଙ୍କ କ୍ଷତିପୂରଣ ଟଙ୍କା ବାଟମାରଣା କରିଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଏବଂ କୋର୍ଟ ଚାଲାଣ କରାଯାଇଛି।