ପାଟନା, ୦୨/୦୪: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ (୭୬) ଅସୁସ୍ଥ ହୋଇ ପଡିଛନ୍ତି। ହଠାତ୍ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ପାଟନା ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ, ଦିଲ୍ଲୀ ଯିବା ପାଇଁ ପାଟନା ବିମାନ ବନ୍ଦରକୁ ଯାଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂତ୍ରରୁ ପ୍ରକାଶ ଯେ ହୃଦ୍ ରୋଗ ଜନିତ ରୋଗରେ ପୀଡ଼ିତ ଥିବା ଲାଲୁ ପ୍ରସାଦଙ୍କ ସୁଗାର ଲେବଲ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଛି। ତେବେ ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ନିଆଯିବାର ସମ୍ଭାବନା ରହିଛି।
ଗତବର୍ଷ ଲାଲୁ ପ୍ରସାଦଙ୍କର ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ୨୦୧୪ରେ ସେହି ହସ୍ପିଟାଲରେ ତାଙ୍କର ଓର୍ଟିକ ଭଲ୍ଭ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେହିପରି ଡିସେମ୍ବର ୨୦୨୨ରେ ସିଙ୍ଗାପୁରରେ ତାଙ୍କର କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା।