ଭୁବନେଶ୍ୱର, ୦୨/୦୪: ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଭୁବନେଶ୍ୱର ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ (ଏଇ)ଙ୍କୁ ଗିରଫ କରିଛି। ଏଇ ନରେଶ କୁମାର ଦାସଙ୍କୁ ଠିକାଦାର ତାଙ୍କର ପ୍ରାୟ ୭ ଲକ୍ଷ ଟଙ୍କାର ବକେୟା ବିଲ୍ ପୈଠ କରିବାକୁ ଅନୁରୋଧ କରୁଥିଲେ, କିନ୍ତୁ ଏଇ ଦାଶ ଏଥିପାଇଁ ୧ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ଠିକାଦାର କୌଣସି ବିକଳ୍ପ ନ ପାଇ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଏଇ ଦାସ ଲାଞ୍ଚ ନେବା ସମୟରେ ହିଁ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଅତିରିକ୍ତ ୧ ଲକ୍ଷ ୨୬ ହଜାର ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ସହ ଜଡ଼ିତ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଛି।
Prev Post