ମୟୂରଭଞ୍ଜ, ୦୩/୦୪: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଉଦଳାରେ। ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ରାଗିଂ କରିଛି ନବମ ଶ୍ରେଣୀ ଛାତ୍ର। ଛାତ୍ର ଜଣକ ତାଙ୍କୁ ସ୍କୁଲ ହଷ୍ଟେଲ ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଲୁହା ରଡରେ ପିଟିବା ସହ ବ୍ଲେଡ଼ରେ ଦେହ ହାତକୁ କାଟି କ୍ଷତବିକ୍ଷତ କରିଥିବା ଅଭିଯୋଗରେ ଦର୍ଶାଯାଇଛି।
ସୂଚନାନୁସାରେ, ଖୁଣ୍ଟା ଥାନା ଅର୍ନ୍ତଗତ ବାସିପିଠ ସରକାରୀ ଆଶ୍ରମ ବିଦ୍ୟାଳୟରେ କିଛି ନବମ ଶ୍ରେଣୀ ଛାତ୍ର ନିଶା ସେବନ କରୁଥିବା ବେଳେ ସେମାନଙ୍କୁ ଦେଖି ଦେଇଥିଲେ ଚତୁର୍ଥ ଶ୍ରେଣୀ ଛାତ୍ର। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଉକ୍ତ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଉପରେ କଡ଼ା ନଜର ରଖି ମାଡ ମାରୁଥିଲେ ନବମ ଶ୍ରେଣୀ ଛାତ୍ର। ଏହି ଘଟଣା ସମ୍ପର୍କରେ ଉକ୍ତ ଚତୁର୍ଥ ଶ୍ରେଣୀ ଛାତ୍ର ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଖୁଣ୍ଟା ଥାନାର ଦ୍ବାରସ୍ଥ ହୋଇଥିଲେ। ଖୁଣ୍ଟା ଥାନା ପୋଲିସ ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।