ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବିଲ୍ ପାସ୍ କରିବା ପାଇଁ ନେଉଥିଲେ ଲାଞ୍ଚ

ବାଲିଅନ୍ତା, ୦୪/୦୪: ଭିଜିଲାନ୍ସ ଜାଲରେ ବାଲିଅନ୍ତା ବ୍ଲକ କନିଷ୍ଠ ଯନ୍ତ୍ରୀ ସଙ୍ଘମିତ୍ରା ପଟ୍ଟନାୟକ। ଏକ ବିଲ୍ ପାସ୍ କରାଇଦେବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ତାଙ୍କର ସହଯୋଗୀ ବେଣୁଧର ପରିଡ଼ାଙ୍କୁ ମଧ୍ୟ ଗିରଫ କରାଯାଇଛି। ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ମଧ୍ଯ ଅଭିଯୋଗ ଆସିଛି। ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରି ପଚରାଉଚରା କରିଛି। ଏହି ଅଧିକାରିଣୀଙ୍କ ବିରୋଧରେ‌ ପୂର୍ବରୁ ଅନେକ ଥର‌ ଲାଞ୍ଚ କାରବାର ନେଇ ଅଭିଯୋଗ ଆସିଛି। ଅଭିଯୋଗକୁ ଆଧାର କରି ଅତର୍କିତ ଚଢ଼ାଉ କରିଥିଲା ଭିଜିଲାନ୍ସ।