ଧର୍ମପରାୟଣ ମହିଳା ଧୋବୁଣି ନାହାକଙ୍କ ପରଲୋକ

ବିଭିନ୍ନ ମହଲରେ ଶୋକର ଛାୟା

ସମ୍ବଲପୁର, ୦୫/୦୪: ଧର୍ମପରାୟଣ, ସ୍ନେହ ବତ୍ସଳ ଓ ମମତାମୟି ତଥା ପୂଜ୍ୟସ୍ପଦ ମାତା ଧୋବୁଣି ନାହାକ ଗତ ୧ ତାରିଖ ରାତ୍ର ୧୧ଟା ସମୟରେ ୮୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଦାହ ସଂସ୍କାର ସମ୍ବଲପୁର ସ୍ଥିତ ରାଜଘାଟରେ କରାଯାଇଥିଲା। ସେ ଏମ.ସି.ଏଲ ର ଜନସମ୍ପର୍କ ବିଭାଗରେ କାର୍ଯ୍ୟରତ ଚିତ୍ତରଞ୍ଜନ ନାହାକଙ୍କ ମାତା ଅଟନ୍ତି। ତାଙ୍କ ପଛରେ ତିନି ଝିଅ-ଶ୍ରୀମତୀ ବାସନ୍ତି, ଶ୍ରୀମତୀ ଦେବକୀ, ଶ୍ରୀମତୀ ସମପ୍ତି ଏବଂ ଦୁଇ ଭାଇ ଶ୍ରୀ ଚିତ୍ତରଞ୍ଜନ ନାହାକ ଓ ରାମଚନ୍ଦ୍ର ନାହାକ ଛାଡ଼ି ଯାଇଛନ୍ତି। ତାଙ୍କର ବ୍ୟବହାର, ମାତୃତୁଲ୍ୟ ପ୍ରେମ, ସ୍ନେହ ଓ ଶ୍ରଦ୍ଧା ସମସ୍ତଙ୍କୁ ନିଜର କରିପାରିଥିଲା। ଏମ.ସି.ଏଲ ଆନନ୍ଦ ବିହାର କଲୋନୀରେ ତାଙ୍କୁ “ଏମ.ସି.ଏଲ ମାଉସି” କହି ସମ୍ବୋଧନ କରୁଥିଲେ। ଏମ.ସି.ଏଲ ରେ ମାଉସି କହିଲେ ତାଙ୍କୁ ବୁଝା ଯାଉଥିଲା। କଲୋନୀର ପ୍ରତ୍ୟେକ ପୂଜା, ପାର୍ବଣ ଓ ସାମାଜିକ ଅନୁଷ୍ଠାନରେ ସେ ଆଗଭର ହୋଇ କାର୍ଯ୍ୟରେ ଯୋଗଦାନ କରୁଥିଲେ। ସେ ସମସ୍ତଙ୍କୁ ଆତ୍ମୀୟତାର ବ୍ୟବହାର କରୁଥିଲେ। ଇସ୍କନ ମନ୍ଦିର ସହିତ ବହୁ ବର୍ଷ ଧରି ସମ୍ପୃକ୍ତ ଥିଲେ। ମୃତ୍ୟୁର ଖବର ପ୍ରସାରିତ ହେଲା ପରେ କଲୋନୀରେ ଶୋକର ଲହରୀ ବ୍ୟାପ୍ତ ହୋଇଯାଇଥିଲା।