ନକ୍ସଲ ଆକ୍ରମଣରେ ସହିଦ ହୋଇଥିଲେ ୭୬ ସିଆରପିଏଫ ଯବାନ
‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ କେବେ ହୋଇଥିଲା ଏହି ଆତ୍ମଘାତୀ ଆକ୍ରମଣ
ଆଜିର ତାରିଖ ୬ ଏପ୍ରିଲ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ସୁଚିତ୍ରା ସେନ (୬ ଏପ୍ରିଲ ୧୯୩୧ – ୧୭ ଜାନୁଆରୀ ୨୦୧୪), ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଯିଏ ବଙ୍ଗଳା ଏବଂ ହିନ୍ଦୀ ସିନେମାରେ କାମ କରିଥିଲେ। ସୁଚିତ୍ରା ସେନ୍ ଦ୍ୱିତୀୟ ଭାରତୀୟ ଅଭିନେତ୍ରୀ ଭାବେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କାର ପାଇଥିଲେ। ୧୯୬୩ ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସେ ସାତ ପାକେ ବନ୍ଧ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରୌପ୍ୟ ପୁରସ୍କାର ପାଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଜେନେରାଲ ଜୟନ୍ତ ନାଥ ଚୌଧୁରୀ (୧୦ ଜୁନ ୧୯୦୮ – ୬ ଏପ୍ରିଲ ୧୯୮୩), ଭାରତୀୟ ସେନାର ଜଣେ ଜେନେରାଲ ଅଫିସର। ସେ ୧୯୬୨ରୁ ୧୯୬୬ ପର୍ଯ୍ୟନ୍ତ ଷଷ୍ଠ ସେନାମୁଖ୍ୟ ଏବଂ ୧୯୪୮ରୁ ୧୯୪୯ ପର୍ଯ୍ୟନ୍ତ ହାଇଦ୍ରାବାଦର ମିଲିଟାରୀ ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିଲେ। ଭାରତୀୟ ସେନାରୁ ଅବସର ନେବା ପରେ ସେ ୧୯ ଜୁଲାଇ ୧୯୬୬ରୁ ଅଗଷ୍ଟ ୧୯୬୯ ପର୍ଯ୍ୟନ୍ତ କାନାଡାରେ ଭାରତୀୟ ହାଇକମିଶନର ଭାବରେ କାର୍ଯ୍ୟ କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୬୦୬ – ରାଜକୁମାର ଖୁସ୍ରୋ ତାଙ୍କ ପିତା ମୋଗଲ ଶାସକ ଜାହାଙ୍ଗୀରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ।
୧୬୭୨ – ଫ୍ରାନ୍ସ ନେଦରଲାଣ୍ଡ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ।
୧୯୦୯ – ଆମେରିକୀୟ ଗବେଷକ ମାଥ୍ୟୁ ହେନସନ ଓ ରବର୍ଟ ପିୟରୀ ଉତ୍ତର ମେରୁରେ ପହଞ୍ଚିଥିଲେ।
୧୯୧୯ – ମୋହନଦାସ କରମଚାନ୍ଦ ଗାନ୍ଧୀ ସାଧାରଣ ଧର୍ମଘଟ ଆଦେଶ ଦେଇଥିଲେ।
୧୯୩୦ – ଦାଣ୍ଡି ପଦଯାତ୍ରା ଶେଷ ହେଲା।
୧୯୩୯ – ପୋଲାଣ୍ଡ ଓ ଗ୍ରେଟ୍ ବ୍ରିଟେନ୍ ମଧ୍ୟରେ ଏକ ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୯୪୧ – ନାଜି ଜର୍ମାନୀ ଅପରେସନ ୨୫ (ୟୁଗୋସ୍ଲାଭିଆ ଉପରେ ଆକ୍ରମଣ) ଏବଂ ଅପରେସନ ମାରିଟା (ଗ୍ରୀସ୍ ଉପରେ ଆକ୍ରମଣ) ଆରମ୍ଭ କରିଥିଲା।
୧୯୪୨ – ଜାପାନୀ ଯୁଦ୍ଧ ଜାହାଜ ପ୍ରଥମ ଥର ପାଇଁ ଭାରତୀୟ ଅଞ୍ଚଳରେ ବୋମା ମାଡ଼ କରିଥିଲା।
୧୯୫୫ – ଆମେରିକା ପରମାଣୁ ପରୀକ୍ଷଣ କରିଥିଲା।
୧୯୫୭ – ତତ୍କାଳୀନ ସୋଭିଏତ ୟୁନିୟନ (ଋଷିଆ) ପରମାଣୁ ପରୀକ୍ଷଣ କରିଥିଲା।
୧୯୮୦ – ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ଭାରତର ପ୍ରମୁଖ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା କରାଯାଇଥିଲା।
୨୦୧୦ – ଭାରତର ଛତିଶଗଡ଼ ରାଜ୍ୟର ଦାନ୍ତେଓ୍ଵାଡା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣରେ ୭୬ ଜଣ ସିଆରପିଏଫ୍ ଅଧିକାରୀଙ୍କୁ ସହିଦ ହୋଇଥିଲେ। ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାର ଚିନ୍ତଲନାର ଗାଁ ନିକଟରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ୭୪ ଜଣ ସଦସ୍ୟ ଏବଂ ଛତିଶଗଡ଼ ପୁଲିସର ୨ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ଏଥି ସହ ୮ ଜଣ ଗ୍ରାମବାସୀ ବି ନିହତ ହୋଇଥିଲେ।