ଏଆଇଡିଏମକେ-ବିଜେପି ମେଣ୍ଟ

ଏକତ୍ର ଲଢ଼ିବେ ତାମିଲନାଡୁ ବିଧାନସଭା ନିର୍ବାଚନ

ଚେନ୍ନାଇ, ୧୧/୦୪: ତାମିଲନାଡୁ ରାଜନୀତି ସରଗରମ। ଏଆଇଏଡିଏମକେ ଓ ସହଯୋଗୀ ଦଳ ଇପିଏସ ଏବଂ ବିଜେପି ମଧ୍ୟରେ ହୋଇଛି ମେଣ୍ଟ। ଏଆଇଡିଏମକେ ମୁଖ୍ୟ ଇ ପଲାନିସ୍ୱାମୀଙ୍କ ନେତୃତ୍ୱରେ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

ବିଜେପି ଏବଂ ଏଆଇଏଡିଏମକେ ମଧ୍ୟରେ ଏକ ସମାବେଶକୁ ସମ୍ବୋଧିତ କରି ଶାହା ବିଜେପି ତାମିଲନାଡୁ ୟୁନିଟର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ନୈନାର ନଗେନ୍ଦ୍ରନ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଏଆଇଏଡିଏମକେ ୧୯୯୮ ରୁ ଏନଡିଏରେ ସାମିଲ ଅଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ଅତୀତରେ ଏକାଠି କାମ କରିଛନ୍ତି। ମୋର ପୂରା ବିଶ୍ୱାସ ଯେ ଏନଡିଏ ଏକ ବଡ଼ ବିଜୟ ହାସଲ କରିବ ଏବଂ ତାମିଲନାଡୁରେ ଏନଡିଏ ସରକାର ଗଠନ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଶାହ କହିଛନ୍ତି।

ଶାହ ଶାସକ ଦଳକୁ ଟାର୍ଗେଟ କରି କହିଛନ୍ତି, ଆଗାମୀ ଦିନରେ ଲୋକମାନେ ଦୁର୍ନୀତି, ଆଇନ ଶୃଙ୍ଖଳା ପ୍ରସଙ୍ଗ, ମହିଳା ଓ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଭୋଟ୍ ଦେବେ। ଡିଏମକେ ସରକାର ମଦ, ବାଲି ଖନନ, ଚାକିରି ପାଇଁ ନଗଦ ଟଙ୍କା, ମନରେଗା ଆଦି ଦୁର୍ନୀତିରେ ସମ୍ପୃକ୍ତ ରହିଛି। ଏବେ ଏମକେ ଷ୍ଟାଲିନ ଓ ଉଦୟନିଧି (ଷ୍ଟାଲିନ) ସମସ୍ତଙ୍କୁ ଜବାବ ଦେବା ଉଚିତ ବୋଲି କହିଛନ୍ତି ଶାହ।