ମା’ ତାରିଣୀଙ୍କୁ ଶାଶଟାଙ୍ଗ ପ୍ରଣିପାତ କଲେ ମୁଖ୍ୟମନ୍ତ୍ରୀ

ଘଟଗାଁର‌ ବିକାଶ ପାଇଁ ୨୧୫ କୋଟିର ଡିପିଆର ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୦୪: ଆଜି ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଘଟଗାଁ ମା’ ତାରିଣୀଙ୍କ ପୀଠରେ ମା’ଙ୍କୁ ଦର୍ଶନ କରିଛନ୍ତି। ଜିଲ୍ଲାର ବିକାଶ ପାଇଁ ତଥା ଜିଲ୍ଲାବାସୀଙ୍କ ମଙ୍ଗଳ ପାଇଁ ମା’ଙ୍କ ନିକଟରେ ଗୁହାରି କରିଛନ୍ତି। ମା’ଙ୍କ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସାଂସଦ ଅନନ୍ତ ନାଏକ ଶାଶଟାଙ୍ଗ ପ୍ରଣିପାତ କରିଥିଲେ। ମା’ଙ୍କ ନିକଟରେ ସ୍ୱତନ୍ତ୍ର ଆଳତି ସହ ମା’ଙ୍କୁ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟକୁ ନେଇ ମା’ଙ୍କ ନିକଟରେ ଗୁହାରି ଜଣାଇଥିଲେ। ଏଥି ସହ ଘଟଗାଁର ବିକାଶ ପାଇଁ ୨୧୫ କୋଟିର ଡିପିଆର ପ୍ରସ୍ତୁତ ପାଇଁ କହିଛନ୍ତି।