ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ଓ ଯଶସ୍ୱିନୀ ମହାସଂଘ ମିଳିତ ଆନୁକୂଲ୍ୟରେ ଓଡ଼ିଆ ନୂଆବର୍ଷ ପାଳିତ
୧୦ ହଜାରରୁ ଉର୍ଦ୍ଧ ଜନତାଙ୍କୁ ପଣା ବଣ୍ଟନ
ଭୁବନେଶ୍ବର,୧୪/୪: ରାଜଧାନୀ ଉପକଣ୍ଠ ନୂଆଗାଁ ଛକ ନିକଟରେ ଓଡ଼ିଆ ନବ ବର୍ଷ ପାଳନ କରାଯାଇଥିଲା। ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ଏହି ଅବସରରେ ସ୍ଵାଦିଷ୍ଟ ପଣା, ବେଲ ପଣା, ଦହି ସରବତ ଆଦି ବଣ୍ଟନ କରାଯିବା ସହ ଅଂଶୁଘାତ ସଂପର୍କରେ ସଚେତନତା କରାଯାଇଥିଲା। ମଞ୍ଚର ସମ୍ପାଦକ ଡ଼ ଚିନ୍ମୟନନ୍ଦ ବଡ଼ଜେନା କହିଥିଲେ ଯେ ମାନବ ସେବା ହିଁ ମାଧବ ସେବା। ସେହିପରି ଶ୍ରୀ ଜେନା ଆହୁରି କହିଥିଲେ ଯେ ମହାବିଷୁବ ସଂକ୍ରାନ୍ତି ଓ ଶ୍ରୀ ହନୁମାନ ଜୟନ୍ତୀ ଆମ ହୃଦୟକୁ ମହାନ କରିବାକୁ ଅଭିପ୍ରେତ କରିଥାଏ। ଅତୀତରେ ଆମେ ଲୋକଙ୍କ ସହ ଥିଲୁ, ଆଜି ରହିଛୁ ଏବଂ ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଲୋକଙ୍କ ସହ ରହି ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇ ଚାଲିଥିବୁ। ଆଜିର ପଣା ବଣ୍ଟନ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କ ପ୍ରତିବଦ୍ଧତା ଓ ସାଧାରଣ ଜନତାଙ୍କ ସହଯୋଗ ଅତ୍ୟନ୍ତ ପ୍ରେରଣାଦାୟୀ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ କୁମାର ସୁନ୍ଦରାୟ, କ୍ୟାପଟେନ ମନ୍ମଥ ରାଉତରାୟ ପ୍ରମୁଖ ଯୋଗଦେଇ ପଣା ବଣ୍ଟନ କରିଥିଲେ। ଯଶ୍ଵସ୍ୱିନୀ ମହାସଂଘର ସମ୍ପାଦିକା ଜଲୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଥିରେ ଅନୁଷ୍ଠାନର ସଭାପତି ବସନ୍ତ କୁମାର ବରାଳ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଗିରି, ବୃନ୍ଦାବନ ସାହୁ, କୁଞ୍ଜ ବିହାରୀ ସ୍ୱାଇଁ, ଅରୁଣ ପୁରୋହିତ, ରଞ୍ଜିତ ମହାନ୍ତି, ତପନ ନାୟକ, ବଳରାମ ଦେଓ, ନିରଞ୍ଜନ ମହାନ୍ତି, ପ୍ରଶମିତା ମହାନ୍ତି, ପ୍ରତିମା ଦାସ ମହାନ୍ତି, ଜଲି ମହାନ୍ତି, ପ୍ରକାଶ ରଣା, ଶିବ ପ୍ରସାଦ ମହାନ୍ତି, ଜଗନ୍ନାଥ ପଟ୍ଟନାୟକ, ରାଧୁ ବେଉରା, ସୁକାନ୍ତ ପାତ୍ର, ନିକୁଞ୍ଜ ସ୍ବାଇଁ, ପ୍ରୀତିଛନ୍ଦା ବିଶ୍ୱାଳ, ମଧୁସ୍ମିତା ସାହୁ, ସଂଘମିତ୍ରା ପଣ୍ଡା, ସୁଜିତ୍ ହରିଚନ୍ଦନ, ରିତା ହରିଚନ୍ଦନ, କୁନା ସ୍ୱାଇଁ, ପ୍ରଶାନ୍ତ ମିଶ୍ର, ଭୁବନ ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ, ଲକ୍ଷ୍ମଣ ଦାସ, ଅଶ୍ୱିନୀ ସାହୁ, ରାଜକିଶୋର ମହାରଣା, ସୁଧାକର ମହାପାତ୍ର ଓ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହେବା ସହିତ ସହ ସହ ପଥଚାରି ନିଜସ୍ୱ ଇଛାରେ ଯୋଗ ଦେଇ ପଣା ବଣ୍ଟନରେ ସହଯୋଗ କରିଥିଲେ।