ନୂତନ ରାସନ କାର୍ଡ ଆବେଦନକାରୀମାନଙ୍କ ଇକେୱାଇସି ଯାଞ୍ଚ ଜରୁରୀ

କ୍ଷେତ୍ର ତର୍ଜମା ପରେ ପ୍ରସ୍ତୁତ କରାଯାଉଛି ରାସନ୍ କାର୍ଡ

ଖୋର୍ଦ୍ଧା, ୧୯/୦୪: ସମସ୍ତ ନୂତନ ରାସନ କାର୍ଡ ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି ଓ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ଇକେୱାଇସି ଯାଞ୍ଚ କରାଇବା ନିହାତି ଜରୁରୀ ଅଟେ। ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଜଣାଇ ଦିଆଯାଉଛି ଯେ କ୍ଷେତ୍ର ତର୍ଜମା ପରେ, ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯାଉଅଛି। ଏହି ନୂତନ କାର୍ଡ ପ୍ରସ୍ତୁତ କରିବା ସମୟରେ ପରିବାରର ସମସ୍ତ ସଦସ୍ୟ ସଦସ୍ୟାଙ୍କ ଇକେୱାଇସି ଯାଞ୍ଚ ନିହାତି ଜରୁରୀ ଅଟେ। ଏଣୁ ସମସ୍ତ ଆବେଦନକାରୀ ନିଜ ବ୍ଲକ ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକ ସଙ୍ଗେ ଯୋଗାଯୋଗ କରି ନିଜର ଇକେୱାଇସି ଯାଞ୍ଚ କରାଇବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି।