୧୯୭୧ରେ ଆଜିର ଦିନ ଥିଲା ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ

‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ ଏ ବିଷୟରେ

ଆଜିର ତାରିଖ ୨୦ ଏପ୍ରିଲ୍ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪ – ୨୦ ଅଗଷ୍ଟ ୧୯୯୧) ଜଣେ ପ୍ରସିଦ୍ଧ ଓଡ଼ିଆ ଲେଖକ ଥିଲେ। ଲେଖାରେ ତାଙ୍କ ଅବଦାନ ପାଇଁ ତାଙ୍କୁ ୧୯୭୩ ମସିହାରେ ‘ଜ୍ଞାନପୀଠ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପରେ ୧୯୮୧ ମସିହାରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଭାରତ ସରକାର ତାଙ୍କୁ ‘ପଦ୍ମଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ।

୨. ନାରା ଚନ୍ଦ୍ରବାବୁ ନାଇଡୁ (୨୦ ଏପ୍ରିଲ୍ ୧୯୫୦) ଜଣେ ପ୍ରସିଦ୍ଧ ରାଜନେତା ଏବଂ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ ଚନ୍ଦ୍ରବାବୁ ନାଇଡୁ ୮ ଜୁନ ୨୦୧୪ରେ ବିଜୟୱାଡାଠାରୁ ପ୍ରାୟ ୧୮ କିଲୋମିଟର ଦୂର ନାଗାର୍ଜୁନ ନଗରରେ ଆୟୋଜିତ ଏକ ସମାରୋହରେ ତେଲେଙ୍ଗାନା ଅଲଗା ହେବା ପରେ ଗଠିତ ନୂତନ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ (୧ ସେପ୍ଟେମ୍ବର ୧୯୯୫ରୁ ୧୩ ମଇ ୨୦୦୪ ପର୍ଯ୍ୟନ୍ତ) ୮ ବର୍ଷ କାର୍ଯ୍ୟ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଗୌରୀଶଙ୍କର ହୀରାଚନ୍ଦ ଓଝା (୧୫ ସେପ୍ଟେମ୍ବର ୧୮୬୩ – ୨୦ ଅପ୍ରେଲ ୧୯୪୭), ଭାରତର ଜଣେ ପ୍ରସିଦ୍ଧ ଇତିହାସବିତ୍। ସେ ଇତିହାସ, ପ୍ରତ୍ନତତ୍ତ୍ୱ ଓ ପ୍ରାଚୀନ ଲିପିରେ ବିଶେଷଜ୍ଞ ଥିଲେ।

୨. ସକିଲ ବଦାୟୁନି (୩ ଅଗଷ୍ଟ ୧୯୧୬ – ୨୦ ଅପ୍ରେଲ ୧୯୭୦), ଜଣେ ମହାନ କବି ଓ ଗୀତିକାର। ସକିଲ ବଦାୟୁନିଙ୍କୁ ତାଙ୍କ ଗୀତ ପାଇଁ ଲଗାତାର ତିନି ଥର ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୭୧୨ – ଜାହାନଦାର ଶାହା ଦିଲ୍ଲୀ ସିଂହାସନରେ ବସିଥିଲେ।

୧୭୭୭ – ନ୍ୟୁୟର୍କ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଏକ ନୂତନ ସମ୍ବିଧାନ ଗ୍ରହଣ କରିଥିଲା।

୧୯୨୦ – ଆଲାବାମା ଏବଂ ମିସିସିପିରେ ବାତ୍ୟାରେ ୨୨୦ ଜଣଙ୍କ ମୃତ୍ୟୁ ହୋଇଥିଲା।

୧୯୩୯ – ଏକଛତ୍ରବାଦୀ ଆଡଲ୍ଫ ହିଟଲରଙ୍କ ୫୦ତମ ଜନ୍ମଦିବସକୁ ଜର୍ମାନୀରେ ଏକ ଜାତୀୟ ଦିବସ ଭାବରେ ପାଳନ କରାଗଲା।

୧୯୬୦ – ପ୍ରଥମ ଜେଟ୍ ବିମାନ ବୋଇଂ ୭୦୭ ଏୟାର ଇଣ୍ଡିଆର ଫ୍ଲିଟ୍ ରେ ସାମିଲ ହୋଇଥିଲା।

୧୯୭୧ – ଭାରତ ତା’ର ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍ ଜିତିଥିଲା।

୧୯୭୨ – ଆପୋଲୋ-୧୬ ଅଭିଯାନ ୬ ଘଣ୍ଟା ସଂଘର୍ଷ କରିବା ପରେ ଚନ୍ଦ୍ରରେ ଅବତରଣ କରିଥିଲା।

୧୯୭୮ – ସୋଭିଏତ ବାୟୁସେନା ଦକ୍ଷିଣ କୋରିଆର ଯାତ୍ରୀବାହୀ ବିମାନ ନଂ ୯୦୨କୁ ଖସାଇ ଦେଇଥିଲା।

୧୯୯୨ – ସ୍ପେନର ସେଭିଲସ୍ଥିତ ଏକ୍ସପୋ ‘୯୨ରେ ବିଶ୍ୱର ସର୍ବବୃହତ ମେଳା ଉଦ୍ ଘାଟିତ ହୋଇଥିଲା।

୧୯୯୭ – ଶ୍ରୀ ଇନ୍ଦ୍ର କୁମାର ଗୁଜରାଲ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୯୯ – ଜର୍ମାନୀର ପୂର୍ବତନ ଚାନ୍ସେଲର ହେଲମଟ କୋଲଙ୍କୁ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରେସିଡେନ୍ସିଆଲ ମେଡାଲ ଅଫ୍ ଫ୍ରିଡମ୍ ପ୍ରଦାନ କରାଯାଇଥିଲା।

୨୦୦୮ – ଦକ୍ଷିଣ କୋରିଆର ପ୍ରଥମ ମହାକାଶଚାରୀ ୟେସୋଓନ୍ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ନଅ ଦିନ ରହିବା ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଥିଲେ।

୨୦୧୧ – ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଉପଗ୍ରହ ଉତକ୍ଷେପଣ ଯାନ ‘ପିଏସଏଲଭି’ ସଫଳତାର ସହ ୩ଟି ଉପଗ୍ରହକୁ ମହାକାଶକୁ ପଠାଇଥିଲା।