ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ ୨୦୨୪

ଶକ୍ତି ଦୁବେ ଟପ୍ପର

୪୮ତମ ସ୍ଥାନରେ ଓଡ଼ିଶାର ରୀତିକା ରଥ

ନୂଆଦିଲ୍ଲୀ, ୨୨/୦୪: ଭାରତୀୟ ଲୋକସେବା ଆୟୋଗ ଦ୍ୱାରା ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ଚୂଡ଼ାନ୍ତ ଫଳ ୨୦୨୪ ପ୍ରକାଶ ପାଇଛି। ୨୦୨୪ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଫଳ ପ୍ରକାଶିତ ହୋଇଛି।

ୟୁପିଏସସି ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ଏବଂ ସେଣ୍ଟ୍ରାଲ୍ ସର୍ଭିସେସ୍ ଗ୍ରୁପ୍ ଏ ଏବଂ ବି ଭଳି ସେବାରେ ନିଯୁକ୍ତି ପାଇଁ ୧୦୦୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ହର୍ଷିତା ଗୋୟଲ, ଡଙ୍ଗ୍ରି ଅର୍ଚ୍ଚିତ ପରାଗ, ଶାହ ମାର୍ଗି ଚିରାଗ, ଆକାଶ ଗର୍ଗ, କୋମଲ ପୁନିଆ, ଆୟୁଷି ବଂଶଲ, ରାଜ କ୍ରିଷ୍ଣା ଝା, ଆଦିତ୍ୟ ବିକ୍ରମ ଅଗ୍ରୱାଲ ଓ ମୟଙ୍କ ତ୍ରିପାଠୀ ରହିଛନ୍ତି। ଓଡ଼ିଶାର ରୀତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି।

ୟୁପିଏସସିର ଅଫିସିଆଲ୍ ୱେବସାଇଟ upsc.gov.in ରେ ସେମାନଙ୍କର ଚୂଡ଼ାନ୍ତ ଫଳ ଦେଖି ପାରିବେ।