ରାଜ୍ୟରେ ଏଯାଏଁ ୨୩୦୯ ଡେଙ୍ଗୁ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ୨୩୦୯ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗତବର୍ଷ ୧୦ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିଲେ ୨ ହଜାର ୮୭୮ ରୋଗୀ। କିନ୍ତୁ ଚଳିତ ବର୍ଷ ପରୀକ୍ଷଣ ହୋଇଥିବା ନୁମନା ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରେ ୧୧୨୫ ଜଣ ରହିଛନ୍ତି ।

ଏହାପରେ କୋରାପୁଟରେ ୩୪୨। ମାଲକାନଗିରିରେ ୧୭୭, ରାୟଗଡ଼ାରେ ୨୬୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲେଟେଲେଟ ପର୍ଯ୍ୟାପ୍ତ ରହିଛି । ରାଜ୍ୟରେ ୯ଟି ରକ୍ତ ଭଣ୍ଡାରରେ ପ୍ଲେଟେଲେଟ ପୃଥକିକରଣ ୟୁନିଟ କାର୍ଯ୍ୟକ୍ଷମ ଅଛି।