ଖୁବ୍‌ଶୀଘ୍ର ଜର୍ମାନୀ ଓ ଜାପାନକୁ ପଛରେ ପକାଇ ତୃତୀୟ ବୃହତ ଅର୍ଥନୀତିର ଦେଶ ହେବ ଭାରତ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଏକ ବଡ଼ ସଂରଚାନାତ୍ମକ ପରିବର୍ତ୍ତନ ଦେଇ ଗତି କରିଛି। ଦେଶର ମୋଟ ଘରୋଇ ଆୟ ଅଧିକ ରହିଛି। ବର୍ତ୍ତମାନ ଭାରତ ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ହୋଇପାରିଛି।

ତେବେ ବର୍ତ୍ତମାନର ଅଭିବୃଦ୍ଧି ହାରକୁ ଦେଖିଲେ ଭାରତ ୨୦୨୭ ବେଳକୁ ଜର୍ମାନୀ ଓ ୨୦୨୯ ଜାପାନକୁ ପଛରେ ପକାଇ ତୃତୀୟ ବୃହତ୍ ଅର୍ଥନୀତିର ଦେଶ ହେବ। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ତା’ର ଆର୍ଥିକ ଆକଳନ ରିପୋର୍ଟରେ ଏମିତି ତଥ୍ୟ ଦେଇଛି।