ଓଡିଶା ଆସିବେ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ୱର ୦୪।୦୯ : ସୋମବାରଠୁ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଭୁବନେଶ୍ୱରରେ ଦୁଇ ଦିନିଆ କାର୍ଯ୍ୟକ୍ରମ । ଓଡିଶା ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ । ଭୁବନେଶ୍ୱର ଏୟାର ପୋର୍ଟରେ ଶତାଧିକ ବିଜେପି କର୍ମୀ ଓ ନେତା ତାଙ୍କୁ ସ୍ବାଗତ କରିବେ ।

ଖବର ଅନୁଯାୟୀ, ସୋମବାର ଦଳର ସଭାପତି, ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ  ଆଲୋଚନା କରିବେ । ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଦଳର ସଂଗଠନ ଓ ୨୦୨୪ରଣନୀତି ସଂପର୍କରେ ଆଲୋଚନା ହେବ । ସେପଟେ ବିଜେଡି କହିଛି ଯେ, ସୁନୀଲ ବଂଶଲଙ୍କ ଗସ୍ତର କୌଣସି ପ୍ରଭାବ ପଡିବନି । ୨୦୨୪ରେ ବିଜେଡିକୁ ବହୁମତ ମିଳିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।