ନୂଆ ରାଜନୈତିକ ପାଳିର ଆରମ୍ଭ କଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡିବ ପରେ ଗୁଲାମ ନବୀ ଆଜାଦ ରବିବାର ଜାମ୍ମୁର ସୈନିକ କଲୋନୀରେ ନିଜର ପ୍ରଥମ ରାଲି କରିଛନ୍ତି । ଏହି ଅବସରରେ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଏବଂ ଯେଉଁମାନେ ତାଙ୍କୁ ସମର୍ଥନ କରିଥିବା ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଆଜିଠୁ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ‘ନୂଆ ଦଳର ନାଁ କଣ ରଖାଯିବା ସେ ନେଇ ନିଷ୍ପତ୍ତି ନେଇ ନାହିଁ। ଜାମ୍ମୁ କାଶ୍ମୀରର ଜନତା ଦଳର ନାଁ ଏବଂ ପତାକା ବାଛିବେ ବୋଲି ସେ କହିଛନ୍ତି। ମୁଁ ମୋର ଦଳର ହିନ୍ଦୁସ୍ତାନୀ ନାଁ ଦେବି, ଯାହା ସମସ୍ତେ ବୁଝି ପାରୁ ଥିବେ’।

ଗୁଲାମ ନବୀ ଆଜାଦ ଜନସଭାକୁ ସମ୍ୱୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ‘ଲୋକେ ଏବେ ବସରେ ଜେଲ ଯାଉଛନ୍ତି। ସେମାନେ ଡିଜିପି, କମିଶନରଙ୍କୁ ଡାକୁଛନ୍ତି ଏବଂ ନିଜ ନାମ ଲେଖାଇ ଏକ ଘଣ୍ଟାରେ ଚାଲି ଯାଉଛନ୍ତି। ଏହି କାରଣରୁ କଂଗ୍ରେସ ବିକଶିତ ହୋଇ ପାରିଲା ନାହିଁ’।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ ସେ ଦଳ ପାଇଁ ୫୦ ବର୍ଷ ଯାଏଁ କାମ କରିଛନ୍ତି। ସେ କହିଛନ୍ତି, ‘ଆଜି ମୁଁ କିଛି ନାହିଁ ତଥାପି ରାଜ୍ୟର ଲୋକଙ୍କ ଠାରୁ ବେଶ ଭଲ ପାଇବା ମିଳିଛି । ମୋ ପାଇଁ ଅନେକ ଜଣ ଦଳରୁ ଇସ୍ତଫା ଦେଇଛନ୍ତି ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛନ୍ତି, ଯେଉଁମାନେ ମୋତେ ଏତେ ଭଲପାଇବା ଏବଂ ସମର୍ଥନ ଜଣାଇଛନ୍ତି’।