ଦେଶର ସର୍ବକନିଷ୍ଠ ମେୟର ଏହି ବିଧାୟକଙ୍କୁ କଲେ ବିବାହ

ନୂଆଦିଲ୍ଲୀ: ଦେଶର ସର୍ବକନିଷ୍ଠ ମେୟର ଆର୍ଯ ରାଜେନ୍ଦ୍ରନ ରବିବାର ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି । ସେ କେରଳରୁ ସବୁଠୁ ଯୁବ ବିଧାୟକ କେଏମ ସଚିନଙ୍କୁ ବିବାହ କହିଛନ୍ତି । ରାଜେନ୍ଦ୍ର ଥିରୁଅନନ୍ତପୁରରୁ ମେୟର ଥିବା ବେଳେ କେଏମ ସଚିନ ଦେବ ବାଲୁସେରୀରୁ ବିଧାୟକ ଅଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ପରିବାର ଲୋକଙ୍କ ସହ ଏହି ବିବାହ ଉତ୍ସବ ସାମିଲ ହୋଇଥିଲେ।

ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ କ୍ୟାବିନେଟର ମନ୍ତ୍ରୀ, ଦଳର କର୍ମୀ ଏବଂ ତାଙ୍କର ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁ ସାମିଲ ହୋଇଥିଲେ । ଆସନ୍ତା ସେପ୍ଟେମ୍ୱର ୬ରେ କୋଝିକୋଡର ଟ୍ୟାଗୋର ସେଣ୍ଟରନୀ ହଲରେ ହେବ।

ବିବାହର ସବୁଠୁ ନିଆରା କଥା ହେଉଛି, ଦୁହେଁ କୌଣସି ଉପହାର ଗ୍ରହଣ କରି ନଥିଲେ। ରାଜେନ୍ଦ୍ରନ ଏବଂ ଦେବ ପୂର୍ବରୁ ହିଁ ସାର୍ବଜନୀନ ରୂପେ କୌଣସି ଉପହାବ ନେବେ ନାହିଁ। ଯଦି କେହି ଦାନ କରିବାକୁ ଚାହିଁବେ ତେବେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି କିମ୍ୱା କିଛି ଅନାଥଶ୍ରମକୁ ଦାନ କରିପାରିବେ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଆର୍ଯ ରାଜେନ୍ଦ୍ର ୨୧ ବର୍ଷ ବୟସରେ ତିରୁଅନନ୍ତପୁରମ ନିଗମର ମେୟର ହୋଇଥିଲେ। ଏହାସହ ସେ ଦେଶର ସବୁଠୁ କନିଷ୍ଠ ମେୟର ହୋଇଥିଲ।