ଭୁବନେଶ୍ୱର, ୧୪/୦୫: ରାଜଧାନୀରେ ପରାକ୍ରମ ଶୋଭାଯାତ୍ରା। ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ୩ରୁ ବାହାରି ରାଜଭବନ ଯାଏଁ ଯିବ ଶୋଭାଯାତ୍ରା। ‘ଅପରେସନ ସିନ୍ଦୂର’ର ସଫଳତାକୁ ପାଳନ କରିବା ପାଇଁ ଏବଂ ଭାରତର ତିନି ସେନା ସ୍ଥଳ ସେନା, ବାୟୁ ସେନା ଓ ନୌସେନାଙ୍କୁ ସମ୍ମାନ ଜଣାଇବା ପାଇଁ ପରାକ୍ରମ ଶୋଭାଯାତ୍ରା ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଯୋଗ ଦେଇଛନ୍ତି। ପୋଲିସ, ସିଆରପିଏଫ, ଏନସିସି, ସ୍କାଉଟ ଗାଇଡ ଓ ଟ୍ରାଫିକ ପୋଲିସ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
Prev Post
Next Post