ଅଜୟ କୁମାର ୟୁପିଏସସିର ନୂଆ ଅଧ୍ୟକ୍ଷ
ପୂର୍ବତନ ପ୍ରତିରକ୍ଷା ସଚିବ ଥିଲେ ଅଜୟ କୁମାର
ପ୍ରଶାସନିକ ସେବା କ୍ଷେତ୍ରରେ ଅଛି ୪୦ ବର୍ଷର ଅଭିଜ୍ଞତା
ନୂଆଦିଲ୍ଲୀ, ୧୪/୦୫: ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏପ୍ରିଲ ୨୯ରେ ପ୍ରୀତି ସୁଦନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୟୁପିଏସସି ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ଅଜୟ କୁମାରଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି।
କେରଳ କ୍ୟାଡରର ୧୯୮୫ ବ୍ୟାଚ୍ ର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଅଜୟ କୁମାର ଅଗଷ୍ଟ ୨୩, ୨୦୧୯ରୁ ଅକ୍ଟୋବର ୩୧, ୨୦୨୨ ପର୍ଯ୍ୟନ୍ତ ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟ କରିଥିଲେ। ପ୍ରତିରକ୍ଷା ସଚିବ ପଦରୁ ସେ ଅବସର ନେଇଥିଲେ। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ଅଛି। ସେ ତାଙ୍କର ପ୍ରଶାସନିକ ଦକ୍ଷତା ଏବଂ ରଣନୈତିକ ନିଷ୍ପତ୍ତି ନେବା ପାଇଁ ଜଣାଶୁଣା।