ପାରାଦୀପରେ ୨୧ ପାକିସ୍ତାନୀ ନାବିକ

ସୁରକ୍ଷା ବ୍ୟବସ୍ଥା କଡାକଡି

ପାରାଦୀପ, ୧୪/୦୫: ପାରାଦୀପ ବନ୍ଦରରେ ଏକ ତୈଳବାହୀ ଜାହାଜ ଲାଗିବା ପରେ ସେହି ଜାହାଜରେ ୨୧ ଜଣ ପାକିସ୍ତାନୀ କ୍ରୁ ମେମ୍ବର ଥିବା ଜଣାପଡିଛି। ତୈଳବାହୀ ଜାହାଜକୁ ପାରାଦୀପ ବନ୍ଦରର ଏସ୍ ପିଏମ୍ ବର୍ଥରେ ରଖାଯାଇଥିଲା। ପଣ୍ୟ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ତୈଳବାହୀ ଜାହାଜଟି ଦକ୍ଷିଣ କୋରିଆରୁ ଆସିଥିଲା। ସେଥିରେ ହଂକଂର ପତାକା ଲାଗିଛି। ଜାହାଜରେ ପାଖାପାଖି ୨୫ ଜଣ କ୍ରୁ ମେମ୍ବର ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣ ପାକିସ୍ତାନର ଥିବା ବେଳେ ୨ ଜଣ ଭାରତୀୟ, ଜଣେ ଶ୍ରୀଲଙ୍କା ଓ ଅନ୍ୟ ଜଣେ ଥାଇଲାଣ୍ଡ ଦେଶର ଅଛନ୍ତି। ଇମିଗ୍ରେସନ ବିଭାଗ ୨୧ ଜଣ ପାକିସ୍ତାନୀଙ୍କ ବିଷୟରେ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। ପାରାଦୀପ ବନ୍ଦରରେ ପାକିସ୍ତାନୀ କ୍ରୁ ମେମ୍ବର ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।