ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଯୋଗୁଁ ଅତି ବିପଜ୍ଜନକ ପରିଣାମ ଘଟିପାରେ

ଗାନ୍ଧୀନଗର: ଲିଙ୍ଗଗତ ଅସନ୍ତୁଳନତା ଭଳି ବିପଜ୍ଜନକ କୁପରିଣାମ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଭାରତରେ ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଅନାବଶ୍ୟକ ବୋଲି ରବିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ରବିବାର ଦିନ ତାଙ୍କ ରଚିତ ପୁସ୍ତକ ‘ଦି ଇଣ୍ଡିଆ ୱେ: ଷ୍ଟ୍ରାଟେଜିସ୍‌ ଫର୍‌ ଆନ୍‌ ଅନ୍‌ସର୍ଟନ୍‌ ୱାର୍ଲଡ୍‌’ର ଗୁଜରାଟୀ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବା ବେଳେ  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏମିତିରେ ଶିକ୍ଷା, ସାମାଜିକ ସଚେତନତା ଏବଂ ସମୃଦ୍ଧି ଯୋଗୁଁ ତ ଦେଶରେ ଜନସଂଖ୍ୟା ଆପଣାଛାଏଁ କମିବାରେ ଲାଗିଛି।

ଉପରୋକ୍ତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜୟଶଙ୍କର କହିଲେ, ଭାରତୀୟ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇଚାଲିଛି। ଏହାର କାରଣ ହେଉଛି ଶିକ୍ଷା, ସାମାଜିକ ସଚେତନତା ଏବଂ ସମୃଦ୍ଧି। ସମୟାନୁକ୍ରମେ ଆମ୍ଭମାନଙ୍କ ମଧ୍ୟରୁ ସମସ୍ତଙ୍କ ପରିବାର ଆକାର କ୍ଷୁଦ୍ର ହୋଇଗଲାଣି।