ସେପ୍ଟେମ୍ୱର ୬ରେ ଓଡ଼ିଶା ଫେରିବେ ନବୀନ

ଭୁବନେଶ୍ୱର: ସେପ୍ଟେମ୍ୱର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶାକୁ ଫେରିବେ। ଏଥିପାଇଁ ତାଙ୍କୁ ସ୍ୱାଗତ କରିବାକୁ ପ୍ରାୟ ୫୦ ହଜାର ଲୋକ ସାମିଲ ହେବେ। ଏଥିପାଇଁ ରୁଟ ଲାଇନିଂ ଆରଞ୍ଜମେଣ୍ଟ ହୋଇଛି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ପାର୍କିଂ ପାଇଁ ଏକାଧିକ ସ୍ଥାନ ନିଆଯାଇଛି।

ଅଧିକ ଭିଡ଼ ଯୋଗୁଁ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ୮ ଜଣ ଏଡିସିପି, ୧୬ ଜଣ ଏସିପି ରହିବେ। ଅନ୍ୟପଟେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବ। ୩ଟି ଜାଗାରେ ପାର୍କିଂ ବ୍ୟବସ୍ଥା ରହିବ। ରାଜଧାନୀ ଚିକିତ୍ସାଳୟ ପାଖ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପାଖରେ ପାର୍କିଂ କରାଯିବ।