ମରଣାନ୍ତକ ‘ଆମ ବସ୍’: ୩ ଜଣଙ୍କୁ ଧକ୍କା ଦେଲା

ଶିଶୁର ଜୀବନ ନେଲା ‘ଆମ ବସ୍’

ଭୁବନେଶ୍ୱର, ୧୫/୦୫: ମରଣାନ୍ତକ ସାଜୁଛି ଆମ ବସ୍। ଯାତ୍ରୀଙ୍କ ଯାତାୟତ ପାଇଁ ସୁଲଭ ମୂଲ୍ୟରେ ପରିବହନ ପାଇଁ ସୁବିଧା ଯୋଗାଉଥିବା ଏହି ଆମ ବସ୍ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘଟାଉଛି। ଗତ କାଲି ବାଲିଅନ୍ତା ଅଞ୍ଚଳରେ ଆମ ବସ୍‌ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଟାଉନ ଥାନା ଅଞ୍ଚଳରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ଶିଶୁର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଉନ ଥାନା ବରସାହି ଦେଇ ଯାଉଥିବା ତିନି ଜଣ ବାଇକ୍‌ ଆରୋହୀଙ୍କ ଉପରେ ଆମ ବସ୍‌ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ଶିଶୁ ଜଣକ ନିଜ ବାପା-ମା’ଙ୍କ ସହିତ ବାଇକ୍‌ରେ ଯାଉଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଆମ ବସ୍। ଅଘଟଣ ପରେ ସ୍ଥାନୀୟ ଲୋକେ ବସକୁ ଅଟକାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।