ନକଲି ଡିଟରଜେଣ୍ଟ ପାଉଡର ଗୋଦାମରେ ଚଢ଼ଉ

ଫୁଲନଖରା: ଫୁଲନଖରା ହଂସପାଳ ପାଖରେ ଥିବା ଶିବ ଶକ୍ତି ନଗର ୧୫ ନମ୍ୱର ଲେନରେ ଚଢ଼ଉ। ନକଲି ଡିଟରଜେଣ୍ଟ ପାଉଡର ଏବଂ ଲୁଣ (ଟାଟା ସଲ୍ଟ) ଗୋଦାମରେ ପାହାଳ ଥାନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଏଥିରେ ବହୁ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି। ଏହି ଅଭିଯୋଗରେ ପାହାଳ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ତନାଘନା ଚଳାଇଛି ।