ପାକିସ୍ତାନ ସ୍ପାଏ ଜ୍ୟୋତିଙ୍କ ସହ ଓଡ଼ିଶା ଯୁବତୀଙ୍କ ଲିଙ୍କ

ନିକଟରେ ପହଲଗାମ ଯାଇଥିଲେ ଓଡ଼ିଆ ଯୁବତୀ

ଭୁବନେଶ୍ୱର, ୧୮/୦୫: ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ ହୋଇଥିବା ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଅଛନ୍ତି ପୁରୀର ଜଣେ କଣ୍ଟେଣ୍ଟ କ୍ରିଏଟର ପ୍ରିୟଙ୍କା ସେନାପତି। ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସନ୍ଦେହଜନକ ଲିଙ୍କ ସାମନାକୁ ଆସିବା ପରେ ଗୁଇନ୍ଦା ବ୍ୟୁରୋ (ଆଇବି) ଓଡ଼ିଶା ପୁଲିସ ସହ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟୋତି ଗତ ୨୦୨୪ ସେପ୍ଟେମ୍ବରରେ ପୁରୀ ବୁଲିବାକୁ ଆସିଥିଲେ। ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ। ଏପରିକି ପୁରୀରେ ପ୍ରିୟଙ୍କା ସେନାପତିଙ୍କ ସହ ବନ୍ଧୁତା କରିଥିଲେ। ଏବଂ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ସେହିପରି ପ୍ରିୟଙ୍କା ମଧ୍ୟ ଜ୍ୟୋତିଙ୍କ ସହାୟତାରେ ପାକିସ୍ତାନ ଯାଇ ବୁଲିଛନ୍ତି। ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି। ପ୍ରିୟଙ୍କା ମଧ୍ୟ ପୂର୍ବରୁ ପାକିସ୍ତାନ ଯାଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପ୍ରିୟଙ୍କା ପାକିସ୍ତାନର କର୍ତାରପୁର ସାହିବ ଗୁରୁଦ୍ୱାର ମଧ୍ୟ ଯାଇଥିଲେ।

ତେବେ ପାକିସ୍ତାନ ସ୍ପାଏ ଜ୍ୟୋତି ଅଗ୍ରୱାଲଙ୍କ ସହ କେବଳ ପରିଚିତ। କିନ୍ତୁ ଗୁଇନ୍ଦା ଗିରି କାର୍ଯ୍ୟରେ ସେ ସମ୍ପୃକ୍ତ ନାହାନ୍ତି କି ଜ୍ୟୋତିଙ୍କୁ ଗୁଇନ୍ଦା ଗିରି କାର୍ଯ୍ୟରେ ସେ ସହଯୋଗ କରି ନାହାଁନ୍ତି। ସେ ଏବଂ ଜ୍ୟୋତି ସାଙ୍ଗ ଥିଲେ। କିନ୍ତୁ ସେ ତାଙ୍କ ଗୁପ୍ତଚର କାର୍ଯ୍ୟକଳାପ ବିଷୟରେ ଅବଗତ ନଥିଲେ। ଯଦି ତାଙ୍କ ବିଷୟରେ ଜାଣିଥାନ୍ତେ ଯେ ସେ ଶତ୍ରୁ ଦେଶ ପାଇଁ ଗୁପ୍ତଚର କରୁଛନ୍ତି ତେବେ ସେ କେବେ ବି ଯୋଗାଯୋଗ ରଖିନଥାନ୍ତେ। ଯେ କୌଣସି ତଦନ୍ତରେ ସହଯୋଗ କରିବାକୁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଝିଅ ଘରେ ଅଛନ୍ତି ଏବଂ ପରିବାର ଲୋକେ ସୁରକ୍ଷା ଏଜେନ୍ସିକୁ ସହଯୋଗ କରୁଛନ୍ତି। ପାଖାପାଖି ୪ ମାସ ତଳେ ଝିଅ ପହଲଗାମ ଗସ୍ତ କରିଥିଲେ। ସେହି ସମୟରେ ଜ୍ୟୋତି ମାଲହୋତ୍ରା ତାଙ୍କ ସହ ଥିଲେ କି ନାହିଁ, ମୁଁ ଜାଣି ନାହିଁ। ସେମାନେ ବନ୍ଧୁ। ଜ୍ୟୋତି ମଧ୍ୟ ୨୦୨୪ରେ ପୁରୀ ଆସିଥିଲେ। ଜ୍ୟୋତି ମାଲହୋତ୍ରା ଆମ ଘରକୁ ଆସିଛନ୍ତି। ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ଆମେ ଗତକାଲିଠାରୁ ତଦନ୍ତ ଅଧିକାରୀଙ୍କୁ ସହଯୋଗ କରୁଛୁ।