ରାଜଧାନୀରେ ଖୋଲିବ NIA ଶାଖା

ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, ୧୮/୦୫: ଭୁବନେଶ୍ୱରରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ଶାଖା। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱରର ଭିଏସଏସ ନଗରରେ ଏହାର ଶାଖା ଖୋଲାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଜଣେ ଏସପି ପାହ୍ୟାର ଅଧିକାରୀ ଏହି ଏନଆଇଏ ଶାଖାର ମୁଖ୍ୟ ଭାବେ ନିଯୁକ୍ତ ହେବେ।