ମୁମ୍ବାଇ, ୧୮/୦୫: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇଠାରୁ ପ୍ରାୟ ୪୦୦ କିଲୋମିଟର ଦୂର ସୋଲାପୁରରେ ଥିବା ସେଣ୍ଟ୍ରାଲ ଟେକ୍ସଟାଇଲ ମିଲ୍ସରେ ୧୮ ତାରିଖ ଭୋର ପ୍ରାୟ ୩ଟା ୪୫ ମିନିଟ୍ ସମୟରେ ସର୍କିଟରେ ସର୍ଟ ଇନ୍ ସର୍ଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା।
ମୃତକଙ୍କ ମଧ୍ୟରେ କାରଖାନା ମାଲିକ ହାଜି ଉସମାନ ହସନଭାଇ ମନସୁରୀ, ତାଙ୍କ ଦେଢ଼ ବର୍ଷର ନାତି ସମେତ ତାଙ୍କ ପରିବାରର ୩ ଜଣ ସଦସ୍ୟ ଏବଂ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ନିଆଁକୁ ଆୟତ୍ତ କରିବା ପାଇଁ ଦମକଳବାହିନୀକୁ ୫ ଘଣ୍ଟା ସମୟ ଲାଗିଥିଲା।