ଭଡକରା ନୃତ୍ୟଉତ୍ସବ ଅନୁଷ୍ଠିତ

ଡକ୍ଟର ଚିତ୍ତରଞ୍ଜନଙ୍କ ନୃତ୍ୟରେ ବିମୋହିତ କେରଳ ବାସୀ

ଅନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହାଣୀ କେରଳ ” ଭଡକରା ନୃତ୍ୟଉତ୍ସବ”ରେ ଜୟଦେବଙ୍କ କୃତ ଅଷ୍ଟପଦୀ, ଗୀତଗୋବିନ୍ଦର “ୟାହି ମାଧବ ୟାହି କେଶବ” ନୃତ୍ୟ ପରିବେଷଣ କରି ସହସ୍ରାଧିକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ନୃତ୍ୟର ଭାବାଭିନୟରେ ଶ୍ରୀରାଧା ଓ ନଟବର ଶ୍ରୀକୃଷ୍ଣଙ୍କ ରାଗାନୁରାଗ ପ୍ରେମଭକ୍ତିକୁ ଅତି ପ୍ରାଞ୍ଜଳ ଭାବେ ଦର୍ଶକଙ୍କୁ ଉପସ୍ଥାପନା କରିଥିଲେ। ସମୁହ ଦର୍ଶକଙ୍କ କରତାଳିରେ ନୃତ୍ୟମଣ୍ଡପ ଉଛୁଳି ପଡୁଥିବା ବେଳେ ସଂସାଦ ସଫା ପରମବିଲ ଡକ୍ଟର ଚିତ୍ତରଞ୍ଜନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ନୃତ୍ୟଶିଳ୍ପୀ  ସାଂସଦଙ୍କୁ ଶ୍ରୀ ଜଗନ୍ନାଥଙ୍କ ସ୍ମୃତିଚିତ୍ର ପ୍ରଦାନ କରିଥଲେ। ଏଥିରେ ଦକ୍ଷୀଣ ଏସୀୟ ମୈତ୍ରୀ ସମ୍ମିଳନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, ସଚିବ ରବି ନାରାୟଣ ମହାନ୍ତି, ଆୟୋଜକ କମିଟିର ଚିତ୍ରା ସୁକୁମାରନ, ଜଗଦିଶ ପଳାୟତ ନୃତ୍ୟଶିଳ୍ପୀଙ୍କୁ ଭୂୟସୀ ପ୍ରଶଂସା ସହ ଦୀର୍ଘଜୀବନ କାମନା କରିଥିଲେ।