ଭୁବନେଶ୍ୱର, ୨୪/୦୫: ଭୁବନେଶ୍ଵର ଠାରେ ‘ଅପରେସନ ସିନ୍ଦୂର’ ର ଅପାର ସଫଳତା ପରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ଓ ଧନ୍ଦାମୂଳକ ଶିକ୍ଷକ କଲ୍ୟାଣ ସଙ୍ଘ ତରଫରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇ ପ୍ରାୟ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ମହୋଦୟ, ମଧ୍ୟ୍ୟ ଭୁବନେଶ୍ୱର ନେତା ଜଗନ୍ନାଥ ପ୍ରଧାନ ମହୋଦୟ, ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମହୋଦୟ, ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଳି ମହୋଦୟ, ଜିଲ୍ଲା ବିଜେପି ସଭାପତି ନିରଞ୍ଜନ ମିଶ୍ର ମହୋଦୟ,ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜେନ୍ଦ୍ର ପଣ୍ଡାଙ୍କ ସମତେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ, ଛାତ୍ର ନେତା ରାଣାପ୍ରତାପ ପାତ୍ର ଓ ଅନ୍ୟାନ୍ୟ ନେତୃତ୍ୱ ମାନେ ଯୋଗ ଦେଇଥିଲେ।