ଦେଶକୁ ମିଳିଲା କରୋନାର ପ୍ରଥମ ନାଜାଲ ଭ୍ୟାକ୍ସିନ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ନାଜାଲ ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ମଞ୍ଜୁରୀ ମିଳିଛି।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଏହା ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନ । କରୋନା ବିରୁଦ୍ଧ ଲଢେଇରେ ଏହା ଭାରତକୁ ଅଧିକ ବଳ ଯୋଗାଇବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି କହିଛନ୍ତି, ‘କୋଭିଡ ୧୯ ବିରୁଦ୍ଧ ଲଢେଇରେ ଭାରତର ବଡ଼ ଉପଲବ୍ଧି ହାସଲ କରିଛି । ଭାରତ ବାୟୋଟେକର ନାକରେ ଦିଆଯାଉଥିବା କରୋନା ଭ୍ୟାକ୍ସିନକୁ ଡିସିଜିଆଇର ମଞ୍ଜୁରୀ ମିଳିଛି । ସେ ଲେଖିଛନ୍ତି, ଏହା ପରେ ଏହି ଭ୍ୟାକ୍ସିନ ଭାରତରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଜରୁରୀ ସ୍ଥିତିରେ ଦିଆଯିବ’।