ରାୟଗଡ଼ା, ୨୮/୦୫: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନ ସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ। ମିଳିଥିବା ସୂଚନା ମୁତାବକ ଅଧିକ୍ଷଣ ଯନ୍ତ୍ରୀ କିସାନ ବୁଧବାର ସନ୍ଧ୍ୟା ୭.୩୦ ସମୟରେ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ଗାଡ଼ିରେ ଯିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ସ୍ବତନ୍ତ୍ର ଟିମ୍। ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ। ଯନ୍ତ୍ରୀଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି।
Prev Post
Next Post