ଜେରୁସାଲେମ, ୨୮/୦୫: ହମାସର ସିନିଅର ଲିଡର ମହମ୍ମଦ ସିନୱାରଙ୍କୁ ନିପାତ କରିଛି ଇସ୍ରାଏଲ। ନିକଟରେ ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ କରିଥିବା ଏୟାର ଷ୍ଟ୍ରାଇକରେ ମହମ୍ମଦ ସିନୱାରଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ।
ସଂସଦରେ ଭାଷଣ ଦେଇ ନେତାନ୍ୟାହୁ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ହମାସ ନେତାଙ୍କ ତାଲିକାରେ ସିନୱାରଙ୍କୁ ସାମିଲ କରିଛନ୍ତି।
ମହମ୍ମଦ ହେଉଛନ୍ତି ହମାସ ନେତା ତଥା ଇସ୍ରାଏଲ ଉପରେ ଅକ୍ଟୋବର ୭, ୨୦୨୩ରେ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ୟାହ୍ୟା ସିନୱାରଙ୍କ ଭାଇ। ଯିଏ କି ଗତବର୍ଷ ଇସ୍ରାଏଲ ସେନା ଦ୍ୱାରା ନିହତ ହୋଇଥିଲେ।