NHରେ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ରାସ୍ତାରେ ପଡ଼ିଛି ଚଳନ୍ତା ବାଇକ୍ ସହ ଅର୍ଦ୍ଧଦଗ୍ଧ ମୃତଦେହ

ଭବାନୀପାଟଣା, ୦୧/୦୬(ଦର୍ଶନ ନିୟୁଜ): ଏନଏଚ୍‌ରେ ପଡ଼ିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ l ଚଳନ୍ତା ବାଇକ୍‌ ସହ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ରାସ୍ତାରେ ପଡ଼ିଛି। ଜୁନାଗଡ଼ ଥାନା ବନମାଳିପୁର ସ୍ଥିତ ରାସ୍ତାରେ ପଡ଼ିଛି ମୃତଦେହ l କେଗାଁ ଥାନା ASI ପବିତ୍ର ଗୋଲାପିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ବୋଲି ଜଣାପଡୁଛି l କିଛି ଦିନ ହେବ ସେ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ l ହତ୍ୟା ନା ଦୁର୍ଘଟଣା ଜଣାପଡ଼ି ନାହିଁ, ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଉପସ୍ଥିତ ଅଛନ୍ତି l