ନୂଆଦିଲ୍ଲୀ, ୦୧/୦୬: ରୁଷିଆର ପଶ୍ଚିମ ବ୍ରାୟାନସ୍କ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଟ୍ରେନ୍ ଯାଉଥିବା ବେଳେ ପୋଲ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଟ୍ରେନଟି ମସ୍କୋରୁ କ୍ଲିମୋଭ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ଭିଗୋନିଚସ୍କି ଜିଲ୍ଲାରେ ଟ୍ରାକକୁ ଖସି ପଡ଼ିଥିଲା। ସେହିପରି ଆଜି ସକାଳେ ମଧ୍ୟ ଆଉ ଏକ ମାଲବାହୀ ଟ୍ରେନ ଯାଉଥିବା ବେଳେ ରେଳ ବ୍ରିଜ ଭୁଶୁଡ଼ି ପଡ଼ିବା ଘଟଣା ସାମନାକୁ ଆସିଛି। ଏଥିରେ ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି।
Prev Post
Next Post