ଭୁବନେଶ୍ୱର, ୦୨/୦୬: ୨୦୧୨ ବ୍ୟାଚ୍ ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କୁ ଓଡ଼ିଶାର ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ)/ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଡିସିଆର୍) ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ପରବର୍ତ୍ତୀ ନିର୍ଦ୍ଦେଶ ବା ୨୦୨୫ ଡ଼ିସେମ୍ବର ୩୧ ଯାଏଁ ଏହି ଦାୟିତ୍ବରେ ରହିବେ ଆଇଏଏସ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଜାରି କରାଯାଇଛି।